ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି : ଏଣିକି ଡିଏନଏ ଟେଷ୍ଟ ପାଇଁ ବାଧ୍ୟ କରାଯାଇପାରିବ ନାହିଁ
ନୂଆଦିଲ୍ଲୀ : ଏଣିକି ଡିଏନଏ ଟେଷ୍ଟ ପାଇଁ ବାଧ୍ୟ କରାଯାଇପାରିବ ନାହିଁ । ପଞ୍ଜାବର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଏପରି ଏକ ଏତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। କାରଣ ଏପରି କରିବା କରାଇବା ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଗୋପନୀୟତା ନିୟମର ଉଲଙ୍ଘନ କରିବା ସହିତ ସମାନ ଅଟେ। ଏପରି କରିବା ଦ୍ୱାରା ବ୍ୟକ୍ତି ଉପରେ ସାମାଜିକ ପ୍ରଭାବ ପଡିଥାଏ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଆବେଦନକାରୀ ନିଜ ଆବେଦନରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ବାସ୍ତବରେ ହାଇକୋର୍ଟ ସମ୍ପତ୍ତିରେ ଅଂଶୀଦାର ହେବା ପାଇଁ ଡିଏନଏ ଟେଷ୍ଟ କରାଇବାକୁ ଆଦେଶ ଦେଇଥିଲେ । ସୂଚନା ଅନୁସାରେ, ପଞ୍ଜାବରେ ୩ ଜଣ ଉଭଣୀ ଜଣେ ବ୍ୟକ୍ତିଙ୍କୁ ଏହା କହ ସମ୍ପତ୍ତିରେ ଭାଗ ଦେଲେନି କାରଣ ସେହି ବ୍ୟକ୍ତି ଜଣକ ସେମାନଙ୍କର ଭାଇ ନୁହନ୍ତି । ଦସ୍ତାବିଜରେ ଦର୍ଶାଯାଇଛି ଯେ ବ୍ୟକ୍ତି ଜଣକ ସେମାନଙ୍କ ମାଆବାପାଙ୍କ ପୁଅ ନୁହେଁ । ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ୩ ଉଭଣୀ ଡିଏନଏ ଟେଷ୍ଟ କରିବା ପାଇଁ କହିଥିଲେ । ହେଲେ ଜଜ ଟେଷ୍ଟ୍ କଥାରେ ଅସହମତି ପ୍ରକାଶ କରିଥିଲେ । ପରେ ଏହା ପଞ୍ଜାବ-ହରିୟାଣା ହାଇକୋର୍ଟକୁ ଯାଇଥିଲା । ପରେ ହାଇକୋର୍ଟ ଡିଏନଏ ଟେଷ୍ଟ କରାଇବା ନେଇ ଅନୁମତି ଦେଇଥିଲେ । ତେଣୁ ଉକ୍ତ ବ୍ୟକ୍ତି ଜଣକ ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏହି ମାମଲା ନେଇ ଆବେଦନ କରିଥିଲେ ।
