ରାଷ୍ଟ୍ରୀୟ ଜଳ ଜୀବନ କୋଷ ଓ ଜଳ ଜୀବନ ମିଶନ ଆପ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଜଳ ଜୀବନ କୋଷ ଓ ଜଳ ଜୀବନ ମିଶନର ମୋବାଇଲ ଆପକୁ ଶନିବାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ପାଣିର ଗୁଣବତ୍ତା ଯାଞ୍ଚ ପାଇଁ ଇ ପୁସ୍ତିକାର ଉନ୍ମୋଚନ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଖୁସି ଯେ ଏହି ଦିନ ଦେଶର ଲକ୍ଷ ଲକ୍ଷ ଗାଁର ଲୋକମାନେ ‘ଗ୍ରାମ ସଭା’ ମାଧ୍ୟମରେ ଜଳ ଜୀବନର ପରିଚାଳନା କରୁଛନ୍ତି । ଜଳ ଜୀବନ ମିଶନ୍ କେବଳ ଲୋକଙ୍କ ପାଇଁ ଜଳ ଉପଲବ୍ଧ କରାଇବା ନୁହେଁ । ବିକେନ୍ଦ୍ରୀକରଣର ଏହା ମଧ୍ୟ ଏକ ବଡ଼ ଆନ୍ଦୋଳନ ବୋଲି କହିଛନ୍ତି ।
PM Narendra Modi virtually launches the Rashtriya Jal Jeevan Kosh & Jal Jeevan Mission mobile application. pic.twitter.com/tEPLOS9lRt
— ANI (@ANI) October 2, 2021
ଜଳ ଜୀବନ ପ୍ରସଙ୍ଗରେ ଗ୍ରାମ ପଞ୍ଚାୟତ ଏବଂ ଗ୍ରାମ ଜଳ ଓ ପରିମଳ କମିଟି ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯେଉଁଥିରେ ଗ୍ରାମୀଣ ଘର, ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସାଧାରଣ ଅନୁଷ୍ଠାନରେ ଟ୍ୟାପ ଜଳ ସଂଯୋଗ ନେଇ ସହଯୋଗ କରି ପାରିବେ କୌଣସି ବ୍ୟକ୍ତିଗତ ଅନୁଷ୍ଠାନ ଓ ନିଗମ । ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ୨୦୧୯ ଅଗଷ୍ଟ ୧୫ ରେ ଜଲ ଜୀବନ ମିଶନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ମିଶନ ଆରମ୍ଭ ହେବା ସମୟରେ କେବଳ ୩.୨୩ କୋଟି ଗ୍ରାମୀଣ ପରିବାରକୁ ଟ୍ୟାପ ଜଳ ସଂଯୋଗ ଥିଲା । ବର୍ତ୍ତମାନ ୭.୭୨ ଲକ୍ଷ ବିଦ୍ୟାଳୟ ଏବଂ ୭.୪୮ ଲକ୍ଷ ଅଙ୍ଗନବାଡ଼ି କେନ୍ଦ୍ରରେ ଟ୍ୟାପ ଯୋଗେ ଜଳ ଯୋଗାଣ ହେଉଛି । ୩ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ ସହ ରାଜ୍ୟର ସହଭାଗୀତାରେ ଜଲ ଜୀବନ ମିଶନ କାର୍ଯ୍ୟକାରୀ ହୋଇଛି ।
