ଉତର ପୂର୍ବ ସୀମାନ୍ତ ରେଳପଥ ମଧ୍ୟରେ ୧୬ ଟ୍ରେନ୍ ବାତିଲ୍
ଭୁବନେଶ୍ୱର : ଉତର ପୂର୍ବ ସୀମାନ୍ତ ରେଳପଥର ଅଲିପୁର ଦୁଆର ରେଳ ମଣ୍ଡଳ ଅନ୍ତର୍ଗତ କଲାଈଗ୍ରାମ ଓ ଗୁମାନି ହାଟ ରେଳ ସେକ୍ସନ ମଧ୍ୟରେ କୋଲାଇଗ୍ରାମ, ସାଲବାରୀ, ଫାଲକାଟା ଏବଂ ଗୁମାନି ହାଟ ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସହିତ ନନ-ଇଂଟର ଲକିଙ୍ଗ କାର୍ଯ୍ୟ କୁ ଦୃଷ୍ଟିରେ ରଖି ୧୬ଟି ଟ୍ରେନ୍ କୁ ସାମୟିକ ଭାବେ ବାତିଲ ଓ ମାର୍ଗ ପରିବର୍ତନ କରାଯିବାକୁ ନିଷ୍ପତି ନିଆଯାଇଛି ।
ବାତିଲ ହେବାକୁଥିବା ଟ୍ରେନ୍ ଗୁଡିକ ହେଉଛି ୦୨୫୧୦ ଗୌହାଟୀ-ବାଙ୍ଗାଲୋର କ୍ୟାଂଟ ସ୍ପେଶାଲ ,୦୨୫୦୯ ବାଙ୍ଗାଲୋର କ୍ୟାଂଟ-ଗୌହାଟୀ ସ୍ପେଶାଲ , ୦୨୫୧୩ ସିକନ୍ଦରାବାଦ-ଗୌହାଟୀ ସ୍ପେସିଆଲ୍ , ୦୨୫୧୪ ଗୌହାଟୀ-ସିକନ୍ଦରାବାଦ ସ୍ପେସିଆଲ୍ , ୦୨୫୫୧ ଯଶୋବନ୍ତପୁର-କାମାକ୍ଷା ସ୍ପେଶାଲ୍ , ୦୨୫୫୨ କାମାକ୍ଷା-ଯଶୋବନ୍ତପୁର ସ୍ପେଶାଲ୍ , ୦୫୬୨୯ ତାମ୍ବରମ୍-ସୀଲଘାଟ ଟାଉନ୍ ସ୍ପେସିଆଲ୍ , ୦୫୬୩୦ ସିଲଘାଟ ଟାଉନ-ତାମ୍ବରମ ସ୍ପେଶାଲ , ୦୫୬୩୯ ପୁରୀ-କାମାକ୍ଷା ସ୍ପେଶାଲ୍ ,୦୫୬୪୪ କାମାକ୍ଷା-ପୁରୀ ସ୍ପେଶାଲ୍ , ୦୨୫୧୬ ସିଲଚାର୍ – କୋଏମ୍ବାଟୁର ସ୍ପେଶାଲ୍ , ୦୨୫୧୫ କୋଏମ୍ବାଟୁର-ସିଲଚାର୍ ସ୍ପେସିଆଲ୍ , ୦୭୦୩୦ ସିକନ୍ଦରାବାଦ-ଅଗରତାଲା ସ୍ପେଶାଲ୍ , ୦୭୦୨୯ ଅଗରତାଲା-ସିକନ୍ଦରାବାଦ ସ୍ପେଶାଲ୍ , ୦୫୪୮୭ ବାଙ୍ଗାଲୋର କ୍ୟାଂଟ-ଅଗରତାଲା ସ୍ପେସାଲ୍ ଏବଂ ୦୫୪୮୮ ଅଗରତାଲା-ବାଙ୍ଗାଲୋର କ୍ୟାଂଟ ସ୍ପେସାଲ୍ । ସେହିପରି ୩ ଅକ୍ଟୋବର ରେ ଗୌହାଟୀରୁ ଛାଡିବାକୁ ଥିବା ୦୨୫୧୦ ଗୌହାଟୀ-ବାଙ୍ଗାଲୋର କ୍ୟାଂଟ ସ୍ପେଶାଲ ମାର୍ଗ ପରିବର୍ତନ କରି ନ୍ୟୁ କୁଚବିହାର-ମଥାଭଙ୍ଗା-ୱାଇ ଲେଗ ସ୍ପେଶାଲ କ୍ଲାସ ଷ୍ଟେସନ-ରାଣୀ ନଗର ଜଲପାଈଗୁଡ଼ି ଷ୍ଟେସନ ମାର୍ଗରେ ଯାତ୍ରା କରି ମାୟାନାଗୁଡି ଷ୍ଟେସନ ଠାରେ ରହଣି କରିବ ।
