ପାର୍ବଣରେ ଭିଡ ବଢୁଥିବାରୁ ସ୍ଥିତି ଉଦ୍ବେଗଜନକ ହୋଇପାରେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେରେ ବଢିଛି ଆର ଭ୍ୟାଲୁ । ପାର୍ବଣରେ ଭିଡ ବଢୁଥିବାରୁ ସ୍ଥିତି ଉଦ୍ବେଗଜନକ ହୋଇପାରେ । ସେହିପରି ବର୍ତ୍ତମାନ ୮୦ ପ୍ରତିଶତ କରୋନା ସଂକ୍ରମଣ ଲକ୍ଷଣବିହୀନ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ୱରରେ ପ୍ରତେକ ଦିନ ୨୦୦ ରୁ ୩୦୦ ଭିତରେ ରହୁଛି ସଂକ୍ରମଣ । ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି । ହେଲେ ହସ୍ପିଟାଲ ଆଡ଼ମିଶନ ଗୁରୁତର ରୋଗୀ ସଂଖ୍ୟା କମିଛି । ଏହାସହ ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା ୧୦ ପ୍ରତିଶତରୁ କମ୍ ଅଛି । ଆଇସିୟୁରେ ଛୋଟ ପିଲା ଆଡ଼ମିଶନ ସଂଖ୍ୟା ୧ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ରହିଛୁ । ଅନ୍ୟପକ୍ଷରେ ରାଜ୍ୟରେ ୩ ମାସ ହେଲାଣି ଦେଖା ଯାଉଛି ସଂକ୍ରମଣ ତଳ ଉପର ହେଉଛି । ଏଭଳି ସ୍ଥିତିରେ କିଭଳି ଟ୍ରାନ୍ସମିସନକୁ କମାଯାଇ ପାରିବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦବେଜନକ । ତେବେ ବର୍ତ୍ତମାନ ସମୟରେ ୧୦୦ ରୁ ୮୦ ଜଣ ଲକ୍ଷଣ ବିହୀନ ।
