ପୂଜା ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ୫ଟି ବିଶେଷ ଟ୍ରେନ୍
ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଆଗାମୀ ପର୍ବପର୍ବାଣିରେ ଯାତ୍ରୀମାନଙ୍କ ଅତିରିକ୍ତ ପ୍ରତିକ୍ଷା ସୂଚୀକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ୫ଟି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରାଯାଇଛି ।
ପୁରୀ-ପାଟନା-ପୁରୀ ସ୍ପେଶାଲ୍ (ଟ୍ରେନ୍ ନଂ ୦୮୪୩୯/୦୮୪୪୦) ଟ୍ରେନ୍ ୧୬ ଅକ୍ଟୋବର ରୁ ୩୧ ଅକ୍ଟୋବର ମଧ୍ୟରେ ପ୍ରତି ଶନିବାର ଦିନ ପୁରୀରୁ ଅପରାହ୍ନ ୨ଘ.୫୫ମି.ରେ ଛାଡିବ ଏବଂ ଫେରିବା ଦିଗରେ, ଏହା ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧ଘ.୪୫ମି.ରେ ପାଟନାରୁ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି । ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ ୦୮୫୭୯/୦୮୫୮୦) ଟ୍ରେନ୍ ୧୩ ଅକ୍ଟୋବର ରୁ ୨୮ ଅକ୍ଟୋବର ମଧ୍ୟରେ ପ୍ରତି ବୁଧବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ ଘଟିକାରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ଗୁରୁବାର ଦିନ ସନ୍ଧ୍ୟା ୭ଘଣ୍ଟା ୪୦ମି.ରେ ଛାଡିବ । ଏହି ଟ୍ରେନରେ ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି । ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ୱତନ୍ତ୍ର (ଟ୍ରେନ୍ ନଂ ୦୮୫୮୩/୦୮୫୮୪) ଟ୍ରେନ୍ ୧୮ ଅକ୍ଟୋବର ରୁ ୨ ନଭେମ୍ବର ମଧ୍ୟରେ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ସନ୍ଧ୍ୟା ୭ଘଂଟା ୧୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ତିରୁପତି ଠାରୁ ପ୍ରତି ମଙ୍ଗଳ ବାର ଦିନ ରାତ୍ରି ୯ଘ.୫୫ମି.ରେ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି । ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ (ଟ୍ରେନ୍ ନଂ ୦୮୫୮୫/୦୮୫୮୦୬) ଟ୍ରେନ୍ ୧୯ ଅକ୍ଟୋବର ରୁ ୩ ନଭେମ୍ବର ମଧ୍ୟରେ ପ୍ରତି ମଙ୍ଗଳବାର ଦିନ ବିଶାଖାପାଟନମ୍ ରୁ ସନ୍ଧ୍ୟା ୫ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ସିକନ୍ଦରାବାଦ ଠାରୁ ପ୍ରତି ବୁଧବାର ଦିନ ରାତ୍ରି ୯ଘ.୦୫ମି.ରେ ଛାଡିବ । ଏହି ଟ୍ରେନରେ ଏସି-୨ ଟାୟାର, ଏସି-୩ ଟାୟାର, ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି । ହାଓଡ଼ା-ପୁରୀ – ହାଓଡ଼ା ସ୍ପେଶାଲ୍ (ଟ୍ରେନ୍ ନଂ ୦୮୧୭୯/୦୮୧୮୦) ଟ୍ରେନ୍ ୦୯ ଅକ୍ଟୋବର ରୁ ୭ ନଭେମ୍ବର ମଧ୍ୟରେ ପ୍ରତ୍ୟେକ ଶନିବାର ଦିନ ହାଓଡ଼ା ଠାରୁ ରାତ୍ରି ୮ଘ.୩୫ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ ପ୍ରତି ରବିବାର ଦିନ ସନ୍ଧ୍ୟା ୭ଘଣ୍ଟା ୨୦ମି.ରେ ଛାଡିବ । ଏହି ଟ୍ରେନରେ ସ୍ଲିପର୍ ଏବଂ ଜେନେରାଲ୍ କ୍ଲାସ୍ (ଦ୍ୱିତୀୟ ଶ୍ରେଣୀ ସିଟିଂ) କୋଚ୍ ଉପଲବ୍ଧ ଅଛି ।
