‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂଙ୍କ ଦେହାନ୍ତ
ନୂଆଦିଲ୍ଲୀ : ବ୍ରେଷ୍ଟ୍ କ୍ୟାନ୍ସରରେ ପୀଡିତ ‘ଗର୍ଲ୍ସ ଆଲାଉଡ୍’ର ଗାୟିକା ସାରା ହାର୍ଡିଂଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା । ଏହି ଦୁଃଖଦ ଖବରକୁ ଗାୟିକାଙ୍କ ମା’ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଗାୟିକାଙ୍କ ମା’ ମରିୟମ ଇନଷ୍ଟାଗ୍ରାମରେ ଏହି ଖବର ବିଷୟରେ ସୂଚନା ଦେଇ ତାଙ୍କ ଝିଅଙ୍କୁ ‘ସାଇନିଙ୍ଗ୍ ଷ୍ଟାର୍’ ବୋଲି ବର୍ଣ୍ଣନା କରିଛନ୍ତି ।
ହାର୍ଡିଂଙ୍କର ଏକ ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଫଟୋ ସେୟାର କରି ତାଙ୍କ ମା ଲେଖିଛନ୍ତି, ‘ମୁଁ ଆଜି ଗଭୀର ଦୁଃଖ ସହିତ ଏହି ଖବର ସେୟାର କରୁଛି ଯେ ମୋର ସୁନ୍ଦର ଝିଅ ସାରାଙ୍କ ଦେହାନ୍ତ ହୋଇଛି। କ୍ୟାନ୍ସର୍ ରୋଗ ସହିତ ସାରାଙ୍କ ଯୁଦ୍ଧ ବିଷୟରେ ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ। ସେ ଶେଷ ପର୍ଯ୍ୟନ୍ତ ଏହା ସହିତ ସଂଘର୍ଷ କରିଥିଲେ। ସେ ଆଜି ସକାଳେ ଶାନ୍ତିରେ ଏହି ଦୁନିଆକୁ ଛାଡି ଚାଲିଯାଇଛନ୍ତି। ସୂଚନା ଯେ, ସାରା ହାର୍ଡିଂ ୨୦୦୨ ରେ ଏକ ଆଇଟିଭି ଟ୍ୟାଲେଣ୍ଟ ସୋ ‘ପପଷ୍ଟାର୍: ଦି ରିଭାଲ୍ସ’ ସହିତ ଲୋକପ୍ରିୟତା ହାସଲ କରିଥିଲେ। ଏଠାରୁ ତାଙ୍କ ବ୍ୟାଣ୍ଡ ‘ଗର୍ଲସ୍ ଆଲାଉଡ୍’ ସୃଷ୍ଟି ହୋଇଥିଲା, ଯେଉଁଥିରେ ନିକୋଲା ରୋବର୍ଟସ୍, ନାଡାଇନ୍ କୋଏଲ୍, କିମ୍ବର୍ଲି ୱାଲ୍ ଏବଂ ଚେରିଲ୍ କୋଲ୍ ଯୋଗ ଦେଇଥିଲେ।
