ଜେଲ୍ ରୁ ମୁକୁଳିଲେ ସିଦ୍ଧୁ
ପଟିଆଲା : ଜେଲରୁ ମୁକୁଳିଛନ୍ତି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ପଟିଆଲା ଜେଲରେ ପ୍ରାୟ ୧୦ ମାସ ବିତାଇବା ପରେ ଶନିବାର ମୁକ୍ତି ପାଇଛନ୍ତି ସିଦ୍ଧୁ । ଶନିବାର ଦିନ କଂଗ୍ରେସର ବହୁ ନେତା ତଥା ସମର୍ଥକ ଜେଲ ବାହାରେ ଏକାଠି ହୋଇ ତାଙ୍କୁ ସ୍ୱାଗତ କରିବା ସହ ‘ନବଜୋତ ସିଦ୍ଧୁ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ । ୧୯୮୮ ରୋଡ୍ ରେଜ୍ ମାମଲାରେ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
