ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ନମନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ଯେ, “ପରମ ପୂଜ୍ୟ ଡଃ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଗଲୁଙ୍କୁ ତାଙ୍କ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ନମନ କରୁଛି । ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସେ ଗଭୀର ପ୍ରଭାବ ଛାଡି ଯାଇଛନ୍ତି । ସମାଜସେବା ଓ ଜନ ସଶକ୍ତିକରଣକୁ ସେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ । ତାଙ୍କ ସ୍ୱପ୍ନ ପୂରଣ ପାଇଁ ଆମେ ସର୍ବଦା କାମ କରିବୁ ।”
On the special occasion of his Jayanti, I bow to His Holiness Dr. Sree Sree Sree Sivakumara Swamigalu. He has left a deep impact among millions. He always placed utmost importance to serving society and empowering people. We will always work to fulfil his dreams. pic.twitter.com/fR18ssxZFc
— Narendra Modi (@narendramodi) April 1, 2023
