ରାଜ୍ୟ ସ୍ତରୀୟ କୁସ୍ତି ଚାମ୍ପିୟନସିପରେ ସିଦ୍ଧାର୍ଥଙ୍କ ସଫଳତା
ବାରିପଦା : ଓଡିଶା କୁସ୍ତି ଏସୋସିଏସନ ଆନୁକୂଲ୍ୟରେ ପୁରୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୁସ୍ତି ଚାମ୍ପିୟନସିପରେ ମୟୁରଭଞ୍ଜ ର କୁସ୍ତିବାଜ ସିଦ୍ଧାର୍ଥ ଶଙ୍କର ମହାନ୍ତ ୫୭ କେଜି ସିନିଅର ଗ୍ରୁପରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଓ ଏହି ସଫଳତା ପାଇଁ ସେ ତାଙ୍କ କୋଚ ମାନସ ବେହେରାଙ୍କୁ ଶ୍ରେୟ ଦେଇଛନ୍ତି ଓ ମୟୁରଭଂଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ଗୌରୀ ଶଙ୍କର ସିହ୍ନଓ, ମିଡ଼ିଆ ସଂଯୋଜକ ସୋମନାଥ ସିଂହ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଏହି ସଫଳତା ଅନ୍ୟ ଯୁବ କୁସ୍ତିବାଜଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଓ ସିଦ୍ଧାର୍ଥ ଯଶିପୁର ବ୍ଲକର ମୋୖଦି ଗ୍ରାମର ବାସିନ୍ଦା ଅଟନ୍ତି ଓ ବର୍ତମାନ ସେ ଭଂଜକିଆ ସ୍ଥିତ ଚୈତନ୍ୟ ପ୍ରସାଦ ମହାବିଦ୍ୟାଳୟର +୩ ବିଜ୍ଞାନର ଦ୍ୱିତୀୟ ବର୍ଷର ଛାତ୍ର ଓ ତାଙ୍କର ଏହି ସଫଳତା ପାଇଁ ତାଙ୍କ ମହାବିଦ୍ୟାଳୟ, ଗ୍ରାମ ତଥା ଯଶିପୁର ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି ଏବଂ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି ଓ
