୫ଟି ସଚିବଙ୍କୁ ଭେଟିଲେ ଶୁଭେନ୍ଦୁ ଦାସ ମଙ୍ଗରାଜ, ନୀଳଗିରି ରାଜନୀତି ଚଳଚଞ୍ଚଳ
ନୀଳଗିରି : ଓଡ଼ିଶାର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ରାଜ୍ୟ ବିଜୁ ଯୁବ ଜନତା ଦଳର ନେତୃମଣ୍ଡଳୀଙ୍କ ସହ ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକୁ ନେଇ ବର୍ତ୍ତମାନ ନୀଳଗିରି ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି ।


ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ସହ ୫-ଟି ସଚିବ ପାଣ୍ଡିଆନ ଆଲୋଚନା କରିଥିବା ବେଳେ ଶୁଭେନ୍ଦୁ ମଙ୍ଗରାଜଙ୍କ ସହ ମଧ୍ୟ ଦଳ ବାବଦରେ ଆଲୋଚନା କରିଥିବାର ଶୁଣିବାକୁ ମିଳିଛି । ଏନେଇ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି ।
