ସିଂଲା ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ
ଲଙ୍ଗଳେଶ୍ୱର : ସିଂଲା ଥାନାରେ ଦୀର୍ଘ ଦିନ ବ୍ୟବଧାନ ପରେ ନୂତନ ଥାନାଧିକାରୀ ଭାବରେ ଯୋଗ ଦେଇଛନ୍ତି ଇନିସପେକ୍ଟର ଶିବ ପ୍ରସାଦ ଭଦ୍ରା । ଏହା ପୂର୍ବରୁ ଶ୍ରୀ ଭଦ୍ରା ଜଳେଶ୍ୱର ଥାନାରେ ଆଡିସନାଲ ଆଇଆଇସି ଭାବରେ କାର୍ଯ୍ୟରତ ଥିଲେ । ଶ୍ରୀ ଭଦ୍ରା ଙ୍କ ଯୋଗଦାନ ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି । ସିଂଲା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଭଦ୍ରା ସୂଚନା ଦେଇଛନ୍ତି ।
