ଚର୍ଚ୍ଚାରେ ସମିତିସଭ୍ୟା ପ୍ରାର୍ଥିନୀ ଶୁଭଲକ୍ଷ୍ମୀ ମାଝୀ! ମାତୃଶକ୍ତିକୁ ସଶକ୍ତ ଓ ଯୁବଶକ୍ତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଲକ୍ଷ୍ୟ
ଅବସରପ୍ରାପ୍ତ ରିଜର୍ଭବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକଙ୍କ ସ୍ତ୍ରୀ ସମିତିସଭ୍ୟା ପ୍ରାର୍ଥୀ ଭାବେ ରଣାଙ୍ଗନରେ ପାଦ ରଖିଛନ୍ତି
ନୀଳଗିରି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୀଳଗିରିର ବିଭିନ୍ନ ପଦବୀ ପାଇଁ ଅନେକ ନୂଆ ମୁହଁ ନିର୍ବାଚନ ରଣାଙ୍ଗନରେ ପାଦ ରଖିଛନ୍ତି । ସେଥିମଧ୍ୟରୁ ଭଉଁରିଆବାଡ଼ ପଞ୍ଚାୟତରୁ ସମିତିସଭ୍ୟା ପ୍ରାର୍ଥିନୀ ଶୁଭଲକ୍ଷ୍ମୀ ମାଝୀଙ୍କ ପ୍ରାର୍ଥୀପତ୍ର ଦାଖଲ ଦିନ ଠାରୁ ଚର୍ଚ୍ଚାରେ ରହିଥିବା ଦେଖିବାକୁ ମିଳିଛି । ତାଙ୍କର ସ୍ୱାମୀ ଜଣେ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ମଦନମୋହନ ମାଝୀ ଓ ତାଙ୍କର ଶ୍ୱଶୁର ୰ଚରେ ମାଝୀ ଉକ୍ତ ପଞ୍ଚାୟତର ୨୦୦୯ ମସିହାରୁ ଜଣେ ଚର୍ଚ୍ଚିତ ରାଜନୀତିକ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଏହାସହ ତାଙ୍କର ଦେଢ଼ଶୂର ୰ନିମାଇଁ ଚରଣ ମାଝୀ ଷ୍ଟେଟ୍ବ୍ୟାଙ୍କରେ ମୁଖ୍ୟ ପ୍ରବନ୍ଧକ ଭାବେ ବେଶ ଜଣାଶୁଣା ଥିଲେ । ଶ୍ରୀମତୀ ଶୁଭଲକ୍ଷ୍ମୀ ମଧ୍ୟ ସ୍ୱାମୀ, ଦେଢ଼ଶୁର, ଶ୍ୱଶୁରଙ୍କ ସଚ୍ଚୋଟତାକୁ ପାଥେୟ କରି ସେ ମଧ୍ୟ କୌଣସି ଅର୍ଥ ଲାଳସା ନ ରଖି ଉକ୍ତ ପଞ୍ଚାୟତରେ ମୁଁ ବି ଜଣେ ଆଦିବାସୀ ନାରୀ, ମୁଁ ବି ଲଢ଼ିପାରେ ଏହି ଆତ୍ମବିଶ୍ୱାସକୁ ନେଇ ଶ୍ରୀମତୀ ମାଝୀ ସ୍ୱାମୀଙ୍କ ଅବସର ନେବା ପରେ ପଞ୍ଚାୟତର ସମୂହ ଜନସାଧାରଣଙ୍କ ସମର୍ଥନ ଓ ବିଜେଡିର ସମର୍ଥିତ ସମିତିସଭ୍ୟା ପ୍ରାର୍ôଥନୀ ଭାବେ ରଣାଙ୍ଗନରେ ଉତୀର୍ଣ୍ଣ ହୋଇଛନ୍ତି ।
ଅପରପକ୍ଷରେ ଶ୍ରୀମତୀ ମାଝୀଙ୍କ ମତରେ ଭଉଁରିଆବାଡ଼ ଗ୍ରାମପଞ୍ଚାୟତର ବୋହୁ ଭାବେ ନିଜେ ନିଜକୁ ଗର୍ବିତ କରନ୍ତି । ଗୁରୁଜନମାନଙ୍କ ସ୍ନେହ, ଅନୁଶାସନ, ଓ ଲଘୁଜନମାନଙ୍କୁ ସମ୍ମାନ ଓ ଶ୍ରଦ୍ଧାକୁ ଅନୁସରଣ କରିବା ସହ ମାତୃଶକ୍ତିକୁ ସଶକ୍ତ କରିବା, ଯୁବଶକ୍ତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ଆମର ଅଞ୍ଚଳକୁ ସମୃଦ୍ଧ କରିବା ଏବଂ ଶିକ୍ଷା, ବିକାଶ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା, କ୍ରୀଡ଼ାର ଭିତିଭୂମି ପ୍ରତିଷ୍ଠା କରିବା ନିଜର ପ୍ରାଥମିକ ଲକ୍ଷ୍ୟ ଥିବାର ସୂଚନା ଦେଇଛନ୍ତି ।
