ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କ ତାଲିକା ଘୋଷଣା କଲା ସଦର ବିଜେପି
ବାଲେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଆଜି ସଦର ନିର୍ବାଚନ ମଣ୍ଡଳୀର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆୟୁଷ୍ମାନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ରଣ କୌଶଳ ପ୍ରସ୍ତୁତ କରିବା ସହିତ ବିଜେପି ସମର୍ଥିତ ପ୍ରାର୍ଥୀମାନଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ପ୍ରଦାନ କରାଯାଇଥିଲା । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ପାଥେୟ କରି ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ତଥା ଏକ ମନ ଓ ଏକ ଲକ୍ଷ୍ୟ ନେଇ ସମସ୍ତ କାର୍ଯ୍ୟକର୍ତ୍ତା ନିର୍ବାଚନୀ ରଣାଙ୍ଗନକୁ ଉହ୍ଲାଇବା ପାଇଁ ସଦର ନେତା ଶ୍ରୀ ଦତ୍ତ ଆହ୍ୱାନ ଦେଇଛନ୍ତି ।
ସରପଞ୍ଚ ଏବଂ ସମିତିସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବଇଁଚାରୁ ରବିନାରାୟଣ ପ୍ରଧାନ ଓ ଗୀତା ସରେନ, ସିନ୍ଧିଆ ସସ୍ମିତା କର ଓ ଅନ କୁମାର ପରିଡା, ଗୋପୀନାଥପୁରରୁ ସତ୍ୟଭାମା ରାଉତ ଓ ମାମୁନି ଜେନା, ବୁଆଁଳରୁ ଜିତେନ ଜେନା ଓ ମାୟାଧର ମହାଳିକ, ଓଲନ୍ଦା ସାରଗାଁରୁ ଆରତୀ ଦାସ ଓ ରଶ୍ମୀତା ନାୟକ, ଓଡଙ୍ଗୀରୁ ରଶ୍ମିତା ତପସ୍ୱୀ ଓ କୁନିମଣି ବଇଠା, ନଗ୍ରମରୁ ବନିତା ଭୂୟାଁ ଓ ରନ କୁମାର ପାଣି, ପାତ୍ରପଡାରୁ ବିନୋଦିନୀ ଦଳେଇ ଓ ଅନା ଦାସ, ଶ୍ରୀକୋଣା ଅସିମ ମହାନ୍ତି ଓ ଗୀତାଳୀ ରଣା, ଚାନ୍ଦିପୁରରୁ ଗୀତାଳୀ ସିଂ ଓ ସଙ୍ଗୀତା ମାଇତି, ପରିଖିରୁ ବ୍ରଜଗୋପାଳ ପରିଡା ଓ ବାବୁଲାଲ ସିଂ, ଆଙ୍କୋରୁ ସବିତା ଦାସ ଓ ବିନିତା ମୁର୍ମୁ, ରୁପସା ସାମିଲ ହାସନପୁରରୁ ଅଳୀ ପରିଡା ଓ ଅନୁସୟା ସିଂହବାବୁ, ହଳଦୀପଦାରୁ ସଂଯୁକ୍ତା ବର ଓ କ୍ଷୀରାବ୍ଦୀ ତନୟା ମହାଳିକ, ରାଇସୁଁଆରୁ ରାକେଶ କୁମାର ଜେନା ଓ ଦୀନବନ୍ଧୁ ଦାସ, କଷିପଦାରୁ ଅନିତା ବେହେରା ଓ ଇପ୍ସିତା ନାୟକ, କୁରାଢିହାରୁ ନିରନ ଧଳ ଓ ରାଜକିଶୋର ମହାଳିକ, ରସଲପୁରରୁ ଅନା ବଢେଇ ଓ ଅଜୟ ଜେନା, ଆଳୁମେଦାରୁ ନମିତା ମଣ୍ଡଳ ଓ ମାଳତି ମାଝୀ, ସାର୍ଥାରୁ ସୁଶାନ୍ତ ବାଗ ଓ ସନାତନ ସେଠୀ, ପାଞ୍ଚପଡାରୁ ସୁଶ୍ମିତା ଦାସ ଓ ହାରମଣୀ ବେହେରା, ଛାନୁଆରୁ ଶାନ୍ତିଲତା ଦାସ ଓ ସଂଯୁକ୍ତା ଦାସ, ବାହାବଳପୁରରୁ ରାମନାରାୟଣ ଦ୍ୱିବେଦୀ ଓ ରଶ୍ମିତା ମଣ୍ଡଳ, ଦୁବଲାଗଡିରୁ ମହେଶ୍ୱର ମାନ୍ନା ଓ ରବୀନ୍ଦ୍ର ଜେନା, କଷାଫଳରୁ ଜୟନ୍ତୀ ଆଦିକ ଓ ପ୍ରିୟଙ୍କା ଜେନା ପ୍ରମୁଖ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବିନାରୟଣ ମହାପାତ୍ର, ମଣ୍ଡଳ ସଭାପତି ତପନ ଗିରି, କାର୍ତ୍ତିକ ରାଉତ, ବିଜୟ ଦାସ, ଅନୀଲ ପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ରାଜେନ୍ଦ୍ର ଚାଟାର୍ଜୀ, କୌସିକ ଚାନ୍ଦ, ଅନିଲ ମହାନ୍ତି ସହିତ ପଞ୍ଚାୟତ ସଭାପତି, ସକ୍ରିୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
