ଜୁନ୍ରେ ଆରମ୍ଭ ହେବ ‘କ୍ରିସ୍-୪’ର ଶୁଟିଂ
ମୁମ୍ବାଇ : ବଲିଉଡ୍ର ଆକ୍ସନ୍ ଷ୍ଟାର ହ୍ରିତିକ ରୋଶନ କିଏ ବା ନ ଜାଣନ୍ତି | ତାଙ୍କ ଅଭିନୟରେ ଦର୍ଶକ ମନରେ ରାଜ କରନ୍ତି | ବର୍ତ୍ତମାନ ହ୍ରିତିକ ରୋଶନ ଚର୍ଚ୍ଚାରେ ରହିଥିବା ଏବେ ନିଜ ଅପ୍କମିଂ ଫିଲ୍ମ ‘ବିକ୍ରମ ବେଧା’ର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ ଓ ଦୀପିକା ମଧ୍ୟ ନଜର ଆସିବେ। ସେପଟେ ବାପା ରାକେଶ ରୋଶନ କ୍ରିସ୍-୪ କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି।
ରିପୋର୍ଟ ମୁତାବକ, ଏବେ ରାକେଶ ରୋଶନ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ସବୁ ଜିନିଷ ଉପରେ କାମ ଆରମ୍ଭ କରି ଦେଇଛନ୍ତି। କୁହାଯାଉଛି କି ଜୁନ୍ରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯିବ। କିନ୍ତୁ ଏହି ଫିଲ୍ମରେ କିଏ ଲିଡ୍ ହିରୋଇନ୍ ହେବେ ସେ ନେଇ ରାକେଶ ରୋଶନ ଏବେ ଯାଏଁ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ତେବେ ଫିଲ୍ମର ସବୁ ସିରିଜ୍ରେ ପ୍ରିୟଙ୍କା ଚୋପ୍ରା ହିଁ ଲିଡ୍ ରୋଲ୍ରେ ନଜର ଆସିଛନ୍ତି।
