ବଲିଉଡରେ ଡେବ୍ୟୁ କରିବେ ଶେହନାଜ୍ ଗିଲ, ସଲମାନଙ୍କ ସହ ଆସିବେ ନଜର
ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବେ ଶେହନାଜ୍ ଗିଲ । ବିଗବସ୍ ୧୩ରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଶେହେନାଜ ଗିଲ୍ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଶେହନାଜ ବିଗ୍ ବସ୍ ଜରିଆରେ ଲୋକଲୋଚନକୁ ଆସିଥିଲେ । ସେବେଠାରୁ ତାଙ୍କ ଲୋକପ୍ରୀୟତା ବଢ଼ିବାରେ ଲାଗିଛି ।
ଏବେ ବଡ଼ ପରଦାରେ ନଜର ଆସିବେ ପଞ୍ଜାବର କଟ୍ରିନା କୈଫ ଅର୍ଥାତ ଶେହନାଜ ଗିଲ୍ । ଶେହନାଜ ବିଗ ବସ୍ ରେ ନିଜକୁ ପଞ୍ଜାବର କଟ୍ରିନା କୈଫ ବୋଲି ପରିଚିତ କରାନ୍ତି । ଏବେ ସେହି ଶେହନାଜ ଗିଲଙ୍କୁ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ସହ ଦେଖିବାକୁ ପାଇବେ ଦର୍ଶକ । ମିଳିଥିବା ସୂଚନା ଅନୁଯାୟୀ ଶେହନାଜ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ରେ ନଜର ଆସିବେ । ଉକ୍ତ ଫିଲ୍ମରେ ସଲମାନ ଖାନ୍ ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏଥିସହିତ ସଲମାନଙ୍କ ଭିଣେଇ ଆୟୁଷ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଆୟୁଷଙ୍କ ବିପକ୍ଷରେ ଶେହେନାଜଙ୍କୁ ଦେଖିବାକୁ ମିଳିବ । କିନ୍ତୁ ଶେହେନାଜଙ୍କ ଭୂମିକା ଓ ବଲିଉଡ ଡେବ୍ୟୁକୁ ନେଇ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ । ଫିଲ୍ମଟି ଆସନ୍ତା ବର୍ଷ ଇଦରେ ରିଲିଜ ହେବ ।
