ଚୀନରେ ହାହାକାର ସୃଷ୍ଟି କଲାଣି କରୋନା ! ୨୭ଟି ସହରରେ ଲକଡାଉନ, ଭୟରେ ଦେଶ ଛାଡୁଛନ୍ତି ଲୋକେ
ବେଜିଂ : ଚୀନରେ କରୋନାର ବିସ୍ଫୋରକ ସ୍ଥିତି । ଜିରୋ କୋଭିଡ ପଲିସି କାରଣରୁ ଅଳ୍ପ କିଛି ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଚୀନର ୨୭ଟି ସହରରେ ଲକଡାଉନ ଲାଗୁ କରାଯାଇଛି । ୧୬.୫ କୋଟି ଲୋକ ଏବେ ଘରେ ଗୃହବନ୍ଦୀ ହୋଇ ରହୁଛନ୍ତି । ସାଂଘାଇ ଓ ବେଜିଂରେ ସ୍ଥିତି ଭୟଙ୍କର ହୋଇ ରହିଛି । ବେଜିଂରେ ସମସ୍ତ ସ୍କୁଲକୁ ବନ୍ଦ କରିଦିଆଯାଇଛି । ବିବାହ ଓ ଅନ୍ତିମ ସଂସ୍କାର ଉପରେ ରୋକ ଲଗାଇ ଦିଆଯାଇଛି । କରୋନା ମହାମାରୀ ସମୟରେ ଚୀନ ଜିରୋ କୋଭିଡ ନୀତି ଅବଲମ୍ବନ କରୁଛି । ଯାହାପାଇଁ ଲକଡାଉନ, ମାସ ଟେଷ୍ଟିଂ, କ୍ୱାରେଣ୍ଟାଇନ୍ ଏବଂ ସୀମା ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଚୀନର ଜିରୋ କୋଭିଡ ପଲିସି ପ୍ରତିବନ୍ଧକର ପ୍ରଭାବ ଦେଖିବାକୁ ମିଳୁନାହିଁ । ଏହି ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଭୋକରେ ଛଟପଟ ହେଉଛନ୍ତି ।
ଦେଶରେ ଦୈନିକ ସଂକ୍ରମଣ ଯେତିକି ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ସାଂଘାଇରୁ ଚିହ୍ନଟ ହେଉଛନ୍ତି । ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବେଜିଂର ୨ଶହ କୋଟି ଲୋକଙ୍କର କରୋନା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଏପରି ହୋଇଯାଇଛି ଯେ, ଲୋକେ ଭୟରେ ଏବେ ଦେଶ ଛାଡି ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଏଠାରେ ଥିବା ଲୋକେ ଖାଇବାକୁ ମଧ୍ୟ ପାଉନାହାନ୍ତି। ଦେଶର ଆର୍ଥିକ ବ୍ୟବସ୍ଥା ଏକ ପ୍ରକାରର ଦୋହଲିଯାଇଛି। ଅଢ଼େଇ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ସହରରେ ବିପୁଳ ମଲ୍ଟି ନ୍ୟାସନାଲ କମ୍ପାନୀ ରହିଛି। ଏଠାରେ ଅଧିକ ସଂଖ୍ୟାରେ ବିଦେଶୀମାନେ ବାସ କରନ୍ତି। କିନ୍ତୁ କରୋନା ମାମଲା ବଢ଼ିବା ପରେ ସେମାନେ ଏଠାରୁ ଏବେ ପଳାୟନ କରିବା ଆରମ୍ଭ କରିଦେଇଛନ୍ତି। ସହର ଛାଡି ପଳାଉଥିବା ଲୋକଙ୍କ କହିବା ଅନୁସାରେ, ଟ୍ୟାକ୍ସିର ଭଡା ମାତ୍ରାଧିକ ଭାବେ ବଢାଇ ଦିଆଯାଇଛି। ଯେଉଁ ସ୍ଥାନକୁ ଯିବା ପାଇଁ ୩୦ ଡଲାର ଦେବାକୁ ପଡୁଥିଲା, ସେହି ସ୍ଥାନକୁ ଯିବା ପାଇଁ ଏବେ ୫୦୦ ଡଲାର ଦେବାକୁ ପଡୁଛି। ଏହାବ୍ୟତୀତ ଅନେକ ବିମାନ ଉଡାଣ ବାତିଲ କରାଯାଇଛି। ଏଥିଯୋଗୁଁ ଅଧିକାଂଶ ଲୋକେ ବିମାନବନ୍ଦରରେ ଫସି ରହିଛନ୍ତି।
ଲକଡାଉନ ଯୋଗୁଁ ସାଂଘାଇରେ ସ୍ଥିତାବସ୍ଥା ଜାରି ରହିଛି। ଏଠାରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ପାଉନାହାନ୍ତି। ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ସଂଘାଇର ୨.୫ କୋଟି ଲୋକ ଗୃହବନ୍ଦି ହୋଇ ରହିଛନ୍ତି। ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି । ଘରୁ ବାହାରିଲେ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଘରର ଅଳିଆ ଆବର୍ଜନା ଲୋକେ ବାହାରକୁ ପକାଇ ମଧ୍ୟ ପାରୁନାହାନ୍ତି। ଲୋକେ ଘରେ ସଞ୍ଚୟ କରି ରଖିଥିବା ଖାଦ୍ୟ ପଦାର୍ଥ ସରିଆସୁଥିବା ବେଳେ ତାଙ୍କ ପାଖରେ ପହଞ୍ଚୁନି ଖାଦ୍ୟ। ସେହିପରି ହସ୍ପିଟାଲଗୁଡିକ ମଧ୍ୟ ଜରୁରୀକାଳିନୀ ସ୍ଥିତିରେ ଚିକିତ୍ସା ଦେବା ପାଇଁ ମଧ୍ୟ ହାତ ଟେକି ଦେଇଛନ୍ତି। ତେଣୁ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେଠାକାର ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଦିନକ ମଧ୍ୟରେ ଚୀନ୍ରେ ୧୧,୨୮୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ଅଧିକାଂଶ ସଂକ୍ରମିତ ସାଙ୍ଘାଇର। ସେହିପରି ୨୪ ଘଣ୍ଟା ମଧ୍ୟରେ ଏହି ମେଟ୍ରୋପଲିଟାନ ସହରରେ କରୋନାରେ ଆକ୍ରାନ୍ତ ହୋଇ ୪୭ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏତେ ସବୁ ଭିତରେ ବି ଗତ ଏକ ବର୍ଷ ହେବ କରୋନାରେ କୌଣସି ମୃତ୍ୟୁ ହୋଇନଥିବା ଚୀନ ଦାବି କରୁଛି ।
