ଶାନ୍ତିକାନନରେ ଗଳ୍ପ ପଠନ ଆସର
ବାଲେଶ୍ୱର : ସାହିତ୍ୟ ଅକାଦେମୀ ଓ ଫକୀରମୋହନ ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ମଞ୍ଚରେ ଗଳ୍ପପଠନ କାର୍ଯ୍ୟକ୍ରମ ଶାନ୍ତିକାନନଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଗାରଟି ଗଳ୍ପ ସଂକଳନର ସ୍ରଷ୍ଟା ବିଶିଷ୍ଟ ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ ‘ହଳେ ବନ୍ଧକୀ ପାଉଁଜିର କାହାଣୀ’ ଶୀର୍ଷକ ଗଳ୍ପ ପାଠ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବାବେଳେ ଓଡ଼ିଶାର ଅନ୍ୟତମ ଲବ୍ଧପ୍ରତିଷ୍ଠ ଗାଳ୍ପିକ ନିବାରଣ ଜେନା ତାଙ୍କର ହାସ୍ୟରସାତ୍ମକ ଗଳ୍ପ ‘ଡହରା’ ପାଠ କରି ସମସ୍ତଙ୍କୁ ଅଭିଭୂତ କରିଥିଲେ । ଏଯାବତ୍ ଶ୍ରୀ ଜେନାଙ୍କ ନଅଗୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇଛି ।
ସେହିପରି ବରିଷ୍ଠ ଗାଳ୍ପିକ ତଥା ପାଞ୍ଚୋଟି ଗଳ୍ପ ସଂକଳନର ସ୍ରଷ୍ଟା ପ୍ରଦୀପ ଚାଟ୍ଟାର୍ଜୀ ‘ଯାତ୍ରା’ ଗଳ୍ପ ପାଠ କରିଥିବାବେଳେ ଯୁବ ଗାଳ୍ପିକ ସଞ୍ଜୟ ପଣ୍ଡା ‘ଈଶ୍ୱରଙ୍କ ତକିଆ’ ଗଳ୍ପପାଠ କରି ଉପସ୍ଥିତ ଶ୍ରୋତାମାନଙ୍କର ଆଖି ଭିଜାଇ ଦେଇଥିଲେ । ପରିଷଦର ସଂପାଦକ ଦୀପକ ବୋଷ ପ୍ରାକ୍ବକ୍ତବ୍ୟ ରଖିଥିଲେ । ଯୁଗ୍ୱ ସଂପାଦିକା କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଲେଙ୍କା, ଅରୁଣା ରାୟ, ଡ. ଶିରୀଶ ଚନ୍ଦ୍ର ଜେନା, ନିରଂଜନ ରାଉତ, ତୃପ୍ତିରାଣୀ ପାତ୍ର, ଜ୍ୟୋତ୍ସ୍ନା ରାୟ, ଅବନ୍ତୀ ପ୍ରଧାନ, ଜୁମରନାଥ ପାତ୍ର, ଅଞ୍ଜଳି ପଣ୍ଡା, ରଂଜନ ବାଗ, ବାସନ୍ତୀ କର, ସୁଷମା ମହାପାତ୍ର, ଦୀପକ ଦାସ, କମଳାକାନ୍ତ ଦାଶ, ବିଜୟ କୁମାର ଦାସ ଅଧିକାରୀ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ପ୍ରଣୀତା ମିଶ୍ର, ଅନସୂୟା ନାୟକ, ବାସନ୍ତୀ ଦେ, ମଧୁସୂଦନ ମାଝୀ, ଶିବଶଙ୍କର ନନ୍ଦୀ, ଜଗବନ୍ଧୁ ପଟ୍ଟନାୟକ, ନିତ୍ୟାନନ୍ଦ ରାଉତ, ଶରତ କୁମାର ମହାପାତ୍ର, ଗଗନ ସେଠୀ, ପଦ୍ମଲୋଚନ ଦତ୍ତ, ରାଜେଶ ଗିରି, ଶାନ୍ତି ବିଶି, ବିଜୟ କୁମାର ମହାନ୍ତି, ଜୟନ୍ତ ହଂସରାଜ, ପୀତାମ୍ବର ଦାସ, କମଳାକାନ୍ତ ନାୟକ, ମମତା ଦାସ, ସଙ୍ଗୀତା ବାରିକ, ସୁବ୍ରତା ମହାନ୍ତି, କୁମାର ଗୋପାଲ, କାହ୍ନୁଚରଣ ଲେଙ୍କା, ମନ୍ମଥ କୁମାର ସାହୁ, ସୁନାମଣି ଜେନା, ଦେବାଶିଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
