ସାଇନ୍ ଇଣ୍ଡିଆ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ୩ ଜଣ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ସାଇନ୍ ଇଣ୍ଡିଆ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ୩ ଜଣ ନିର୍ଦ୍ଦେଶକଙ୍କୁ ଜେଲ୍ ଦଣ୍ଡ । ଦଣ୍ଡ ଶୁଣାଇଲେ ମାନ୍ୟବର ବାଲେଶ୍ୱର ସ୍ୱତନ୍ତ୍ର ଓପିଆଇଡି କୋର୍ଟର ଜଜ୍ ବିଶ୍ୱଜିତ ଦାସ । ସଂସ୍ଥାର ୩ ନିର୍ଦ୍ଦେଶକ ବିଜୟ କୁମାର ଜେନା, କାଦୁ ମାରାଣ୍ଡି ଓ ସୋମନାଥ ନାୟକ । ସମସ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୧ଲକ୍ଷ ୨୧ହଜାର ଟଙ୍କା ଲେଖାଏଁ ଜୋରିମାନା ।
ମୟୂରଭଞ୍ଜର ବେତନଟୀ ଥାନାରେ ୨୦୧୩ ମସିହାରେ ଆର୍ôଥକ ହେରଫେର ମାମଲାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ ।
