ଶାମାଖୁଣ୍ଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ବାରିପଦା : ଶାମାଖୁଣ୍ଟ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କଳାପଥର ବାୟାଗୁରୁ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ବେଳେ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ବିପ୍ଳବ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୟୂରଭଂଜ ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା ମୁଖ୍ୟ ଅତିଥି, ବାରିପଦା ଉତ୍କଳମଣି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ମୁଖ୍ୟ ବକ୍ତା, ଜିଲ୍ଲା ପରିଷଦ ସଦସ୍ୟ ମଧୁସୂଦନ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅଂଶ ଗ୍ରହଣ କରିଥିବା କୁନି କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିଥିଲେ କ୍ଷ କଂଟାପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତାଭ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ବାୟାଗୁରୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଖାଲ କୃଷ୍ଣ ମହାନ୍ତି ସ୍ୱାଗତ ଭାଷଣ ଏବଂ ପରିଚାଳନା କମିଟି ସଭାପତି ସୋମନାଥ କମ୍ବୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ବିଜ୍ଞାନ ମେଳା ରେ ୭୭ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ ଶ୍ରେଷ୍ଠ ପାଞ୍ଚ ଟି ପ୍ରକଳ୍ପ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବ ବୋଲି ଜଣାଯାଇଛି କ୍ଷ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରୁହ୍ୟା ସିଂ ଓ ଗିରିଧାରୀ ମଣ୍ଡଳ, ସରପଂଚ ଶ୍ୟାମସୁନ୍ଦର ସିଂ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I
