ଭୁଲ ପରୀକ୍ଷା ଖାତାଦେଖା ଘଟଣା ରାଇରଙ୍ଗପୁର ମହିଳା କଲେଜ ଛାତ୍ରୀଙ୍କ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ବାରିପଦା : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର +୩ ଶେଷ ବର୍ଷ ଛାତ୍ରୀ ମାନଙ୍କର ତୃତୀୟ ସେମିମିଷ୍ଟର ପରୀକ୍ଷାରେ ୪୫ ଜଣ ଛାତ୍ରୀ ମାନଙ୍କର ପରିକ୍ଷା ଖାତାକୁ ଭୁଲ୍ ଭାବରେ ଦେଖାଯାଇ ପରିକ୍ଷା ଫଳକୁ ଖରାପ କରାଯାଇ ଥିବାର ଅଭିଯୋଗ କରି ପରିକ୍ଷା ଖାତାକୁ ଠିକ୍ ଭାବରେ ଦେଖା ଯାଇ ପାସ ମାର୍କ ଦିଆଯିବା କୁ ମୟୂରଭଂଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ଛାତ୍ରୀ ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପିଲାଙ୍କୁ ନ୍ୟାୟ ପ୍ରଦାନ ପାଇଁ ପାସ ମାର୍କ ଦେବା ସହ ଭୁଲ ଭାବରେ ଖାତା ଦେଖି ଫେଲ ମାର୍କ ଦେଇଥିବା ଓ ଭବିଷ୍ୟତ ନଷ୍ଟ କରିବାକୁ ଉଦ୍ୟମ କରିଥିବା ଅଧ୍ୟାପକ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱ ବିଦ୍ୟାଳୟର ପରିକ୍ଷା ନିୟନ୍ତ୍ରକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି କରାଯାଇଛି କ୍ଷ ଆଗାମୀ ୭ ଦିନରେ ଭିତରେ ସମସ୍ୟାର ସମାଧାନ କରା ନଗଲେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦିଆଯାଇଛି କ୍ଷ
ଦାବୀପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସୁଭଦ୍ରା ବେହେରା, ଲକ୍ଷ୍ମୀକାନ୍ତ ବାସ୍କେ, ବାଗା ସିଂ, ସବିତା ସିଂ, ଛିତାମଣୀ ହେମ୍ବ୍ରମ, ଟୋପାଏ ବେହେରା, ଅଂଜଳି ମହାନ୍ତ, ପ୍ରିୟଙ୍କା ମୁର୍ମୁ, ରୁବିନା ବାରିକ, ମାହୀ ହାଁସଦା, ରୁତିକା ବେହେରା, ପୁଷ୍ପଲେଖା ପାତ୍ର, ରାଣୀ ମାଝୀ ପ୍ରମୁଖ ସାମିଲ ଥିଲେ କ୍ଷ
