ସୈତାନ କାକାକୁ ଆଜୀବନ କାରାଦଣ୍ଡ, ରାୟ ଦେଇଛନ୍ତି ଏଡିଜେ କୋର୍ଟ
ବଲାଙ୍ଗୀର : ଜମି ବିବାଦରୁ ସୈତାନ ସାଜିଲା ରକ୍ତ ସମ୍ପର୍କୀୟ କାକା, ହତ୍ୟା ଅଭିଯୋଗରେ ଅଭିଯୁକ୍ତ କାକାକୁ ଆଜୀବନ କାରାଦଣ୍ଡ ସହ ତିରିଶ ହଜାର ଟଙ୍କା ଫାଇନ ରାୟ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କଂଟାବାଞ୍ଜି । ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁ ର ଜଗଦାନନ୍ଦ ବେହେରା(ପୁତୁରା) ଗତ ୨୧.୦୧.୨୦୨୦ ଦିନ ସକାଳୁ ସକାଳୁ ୭ଟା ସମୟରେ ଘର ପାଖ ଜମିରେ ଚାଷ କରୁଥିଲେ । ନିଜର ରକ୍ତ ସମ୍ପର୍କୀୟ କାକା ବାଙ୍କାନିଧି ବେହେରା ପାଖକୁ ଆସି ପାଖରେ ଥିବା କୂଅ ଭିତରକୁ ଠେଲି ଦେଇଥିଲେ ପୁତୁରା ଜଗଦାଙ୍କୁ ଓ ନିଜେ ମଧ୍ୟ କୂଅ ଭିତରକୁ ଡେଇଁ ପାଣି ଭିତରେ ଜଗଦା କୁ ତଂଟିକୁ ଚିପି ପାଣିରେ ବୁଡ଼ାଇ ବୁଡାଇ ହତ୍ୟା କରିଥିଲା ଅଭିଯୁକ୍ତ କାକା ବାଙ୍କାନିଧି ବେହେରା । ଘଟଣାର ତଦନ୍ତ କରି ହତ୍ୟା ଅଭିଯୋଗରେ କାକା କୁ ଗିରଫ କରିଥିଲା ବଙ୍ଗୋମୁଣ୍ଡା ପୋଲିସ କ୍ଷ ଏହି ମାମଲା ଟି ଏଡିଜେ କୋର୍ଟ କଂଟାବାଞ୍ଜିରେ ଚାଲୁଥିଲା କ୍ଷ ପୋଲିସ ର ଚାର୍ଜସିଟ ଓ ସାକ୍ଷୀମାନଙ୍କ ବୟାନକୁ ଦେଖି ଅଭିଯୁକ୍ତ କାକା ବାଙ୍କାନିଧି ବେହେରା ନିଜ ରକ୍ତ ସମ୍ପର୍କୀୟ ବଡ ବାପା ପୁଅ ଜଗଦାନନ୍ଦ ବେହେରାକୁ ଜମି ବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରିଥିଲା । ଅଭିଯୁକ୍ତ କାକା ବାଙ୍କାନିଧି କୁ ଆଜୀବନ କାରାଦଣ୍ଡ ସହ ତିରିଶ ହଜାର ଟଙ୍କା ଫାଇନ କଲେ ଏଡିଜେ କୋର୍ଟ କଂଟାବାଞ୍ଜି ।
