ସି ଆଇ ପି ଏଫ୍ ୧୮୯ ବାହିନୀ ଦ୍ୱାରା ସିଭିକ ଏକସନ ପ୍ରୋଗ୍ରାମ : କମ୍ବଳ ବଂଟନ
ବଲାଙ୍ଗିର : ୧୮୯ ବାଟାଲିୟନ ସିଆରପିଏଫ୍ ବରଗଡ ଜିଲ୍ଲା ଜଗଦଲପୁର ଗ୍ରାମରେ ସିଭିକ୍ ଆକ୍ସନ ପୋଗ୍ରାମ ଆୟାଜିତ ହୋଇଯାଇଛି । ଏହି ପୋଗ୍ରାମରେ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ସିଆରପିଏଫ୍ କମାଣ୍ଡେଂଟ ପବନ କୁମାର ତିୱାରୀ, ଆସିଷ୍ଟାଣ୍ଡ କମାଣ୍ଡେଂଟ ନୀନା ଶର୍ମା, ଡ. ଗାୟତ୍ରୀ ନନ୍ଦା, ଗୋବଦ୍ଧନ ନାୟକ, ଭୂପେନ୍ଦ୍ର ପଟେଲ, ଅଶ୍ୱିନି କୁମାର ମିଶ୍ର, ପ୍ରଦୀପ କୁମାର ପଟେଲ, ଗୋଲକ ପ୍ରସାଦ ପ୍ରଧାନ ଯୋଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ଜଗଦଲପୁର, ସାଲେପାଲି, ସରାଇକେଲା, ନୂଆପଡା, ଧଉରାଭଟାର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଶ୍ରୀ ତିୱାରୀ ସାଧାରଣ ଲୋକଙ୍କ ସହିତ କଥାବାର୍ତା କରି ସେମାନଙ୍କ ସହିତ ସି ଆଇ ପି ଏଫ୍ ସବୁବେଳେ ରହିଛି ବୋଲି କହିଥିଲେ ଓ ଛାତ୍ରଛାତ୍ରୀ ମକ୍ଷନକୁ ଉଚ୍ଚଶିକ୍ଷା ପାଇଁ ପ୍ରେରଣା ଦେବାସହ ଅସାମାଜିକ ତତ୍ୱ ଠାରୁ ଦୁରେଇ ରହିବା କୁ କହିଥିଲେ ଓ ଜଗଦଲପୁର ଏମ୍ ଇ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ନାଚଗୀତ କାର୍ଯ୍ୟକ୍ରମ ହୋଇଥିଲା ।
