ନବରାତ୍ରୀର ସପ୍ତମ ଦିନ! ଆଜି ମା’ଙ୍କ କାଳରାତ୍ରୀ ବେଶ, ଜାଣି ରଖନ୍ତୁ ପୂଜାବିଧି ଓ ନୀତି ନିୟମ
ଘରେ କରନ୍ତୁ କାଳରାତ୍ରୀଙ୍କ ପୂଜା, ଦୂର ହେବେ ଏସବୁ ସମସ୍ୟା
ଆଜି ନବରାତ୍ରୀର ସପ୍ତମ ଦିନ । ଏହି ପରିପ୍ରେକ୍ଷୀରେ ଦେବୀ ଦୁର୍ଗା କାଳରାତ୍ରୀ ବେଶରେ ପୂଜା ପାଇଥାନ୍ତି । ମା’ଙ୍କ ଏହି ସ୍ୱରୂପ ଅତ୍ୟନ୍ତ ଭୟଙ୍କର। ଆସୁରିକ ଶକ୍ତିର ବିନାଶ କରିବା ପାଇଁ ଜଗତ ଜନନୀ ଏହି ବେଶ ଧାରଣ କରିଥିଲେ।
ନବରାତ୍ରୀର ସପ୍ତମ ଦିନରେ ଦେବୀ ଦୁର୍ଗା କାଳରାତ୍ରୀ ବେଶରେ ପୂଜା ପାଇଥାନ୍ତି । ମା’ଙ୍କ ଏହି ସ୍ୱରୂପ ଅତ୍ୟନ୍ତ ଭୟଙ୍କର। ଆସୁରିକ ଶକ୍ତିର ବିନାଶ କରିବା ପାଇଁ ଜଗତ ଜନନୀ ଏହି ବେଶ ଧାରଣ କରିଥିଲେ। ମା’ କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ଆକାଳ ମୃତ୍ୟୁ ଦୋଷ ଏବଂ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଆଜି ନବରାତ୍ରର ଷଷ୍ଠ ଦିନ ହୋଇଥିବା ବେଳେ ଆସନ୍ତାକାଲି( ରବିବାର) ସପ୍ତମ ଦିନ। ତେବେ, ନବରାତ୍ରୀ ଘରେ ମା କାଳରାତ୍ରୀଙ୍କୁ କିପରି ପୂଜା କରିବେ । ଜାଣି ରଖନ୍ତୁ ପୂଜାର ନୀତି ନିୟମ ଓ ଶୁଭ ସମୟ ।
ବ୍ରତଧାରୀମାନେ ପ୍ରାତ ସମୟରୁ ପୂଜା ସ୍ଥାନକୁ ଗଙ୍ଗା ଜଳରେ ସୁଦ୍ଧ କରନ୍ତୁ । ସ୍ନାନ କରିବା ପରେ ବ୍ରତଧାରୀମାନେ କମଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ପରେ ଦୁର୍ଗାଙ୍କ ଫଟୋ କି କାଳରାତ୍ରୀଙ୍କ ଫଟୋରେ କିଛି ଗଙ୍ଗା ଜଳ ଛିଞ୍ଝନ କରି କିଛି ମଲ୍ଲୂ ଫୁଲ ମାଆଙ୍କ ଫଟୋରେ ଚଢାନ୍ତୁ । କାହିଁକିନ ମା କାଳରାତ୍ରୀଙ୍କ ପ୍ରିୟ ପୁଲ ହେଉଛି ମଲ୍ଲୀ । ପୂଜାର ଶୁଭ ସମୟ ଅକ୍ଟୋବର ୧ ସଂନ୍ଦ୍ୟା ୭.୧୬ ମିନିଟ ସମୟରୁ ଆରମ୍ଭ ହୋଇ ଅକ୍ଟୋବର ୨ ସଂନ୍ଦ୍ୟା ୫.୧୭ ପର୍ଯ୍ୟନ୍ତ ରହିଛି। ଏହି ସମୟର ମଧ୍ୟରେ ଆପଣ ଘରେ ମାଆଙ୍କ ଆରାଧନା କରିପାରିବେ। ଏହି ଶୁଭ ମୂହୁର୍ତ୍ତ ମଧ୍ୟରେ ଆପଣ ଘରେ ଦେବୀମାଙ୍କ ପୂଜା କଲେ ,ମାଆଙ୍କ ଆଶିଷ ଲାଭ କରିପାରିବେ। ମାଆଙ୍କୁ ସନ୍ତୁଷ୍ଟ କରିବ ପାଇଁ ଗୁଡର ପ୍ରସ୍ତୁତ ଭୋଗ ଲଗାଇପାରିବେ। ଯାହା ଦ୍ବାରା ମାଆ ସନ୍ତୁଷ୍ଚ ହେବେ।
ଦେବୀଙ୍କ ସପ୍ତମ ରୂପ ହେଉଛି କାଳରାତ୍ରୀ ରୂପ । କାମ, କ୍ରୋଧ,ଶତୃଙ୍କୁ ବିନାଶ କରିଥିବାରୁ ମା’ଙ୍କୁ କାଳରାତ୍ରୀ ବୋଲି କୁହାଯାଏ । ମା’ଙ୍କ ରଙ୍ଗ ସମ୍ପୂର୍ଣ୍ଣ କଳା ଏବଂ ସମସ୍ତ କଳା ରଙ୍ଗର ବସ୍ତ୍ର ଓ ଅଳଙ୍କାର ମାନ ଧାରଣ କରିଥାନ୍ତି । ମା’ କେଶ ମୁକୁଳା କରି ହସ୍ତରେ ଖଡ୍ଗ ଧରି ଗଧ ଉପରେ ବସି ବିରାଜମାନ କରିଥାନ୍ତି । ଏହାସହିତ ମା’ଙ୍କର ତିନୋଟି ନେତ୍ର ରହିଛି । ମା’ଙ୍କର ଏହି ରୂପ ଖୁବ୍ ଭୟଙ୍କର ଦିଶୁଥିଲେ ହେଁ ଭାରି ଶାନ୍ତ ଥାଆନ୍ତି । ବିଶେଷ କରି ତାନ୍ତ୍ରିକ ଶକ୍ତି ପାଇଁ ମା’ଙ୍କ ପୂଜା କରାଯାଏ । ମା’ଙ୍କ ଏହି ରୂପକୁ ଦର୍ଶନ କରିବା ଦ୍ୱାରା ପାପରୁ ମୁକ୍ତି ମିଳିବା ସହ ଶତୃ ବିନାଶ ହୋଇଥାଏ । ଏହାସହିତ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପୂଜା ସମୟରେ ଓଁ ଦେବୀ କାଳରାତ୍ରୀ ନମଃ ମନ୍ତ୍ର ଉଚ୍ଚାରଣ କରିପାରିବେ। ମାଆ କାଳରାତ୍ରୀଙ୍କୁ ଐଶ୍ବର୍ଯ୍ୟର ଦେବୀ ବୋଲି କୁହାଯାଏ। ଶନି ଗ୍ରହ ଉପରେ ତାଙ୍କର ପ୍ରଭାବ ଅଧିକ ଥାଏ । ଯେଉଁମାନେ ଏହି ଦିନ ମା କାଳରାତ୍ରୀଙ୍କୁ ପୂଜା କରନ୍ତି, ସେମାନେ ଜ୍ଞାନ ସହିତ ସୌଭାଗ୍ୟଲାଭ କରିଥାନ୍ତି ।
