ପରଲୋକରେ ବରିଷ୍ଠ ଡାକ୍ତର ରାଜ କିଶୋର ଦାସ
କଟକ : ପରଲୋକରେ ବରିଷ୍ଠ ଡାକ୍ତର ରାଜ କିଶୋର ଦାସ। କଟକ ତୁଳସୀପୁର ସ୍ଥିତ ବାସଭବନରେ ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି।
ସେ ଜଣେ ସ୍ୱନାମଧନ୍ୟ ମେଡିସିନ ଚିକିତ୍ସକ ଭାବେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ତାଙ୍କ ଚିକିତ୍ସା ଉପରେ ଲୋକଙ୍କର ପ୍ରଗାଢ ବିଶ୍ୱାସ ଥିବା କୁହଯାଏ । କଟକ ଏସସିବି ମେଡିକାଲରେ ମେଡିସିନ ବିଭାଗର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶଶିକାନ୍ତ ଦାସ ତାଙ୍କର ଜ୍ବାଇଁ ଅଟନ୍ତି।
