ଖଇରା ବିଡିଓଙ୍କୁ ଭେଟିଲା ବରିଷ୍ଠ ନାଗରିକ ମଞ୍ଚ
ଖଇରା : ୧ଖଇରା ବରିଷ୍ଠ ନାଗରିକ ମଞ୍ଚ ର ଏକ ଟିମ ଗୁରୁବାର ଖଇରା ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଭେଟି ଖଇରାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି । ବିଶେଷ କରି କରି ୨୦୨୧ରେ ବିଡିଓଙ୍କ ଯୋଗଦାନ ସମୟରେ ଅବଗତ କରାଯାଇଥିବା ଖଇରା ବସଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମାଗାର ଅଭାବ ସମ୍ପର୍କରେ ପୁନର୍ବାର ଦେହାରାଇଥିଲେ । ୩୭ପଞ୍ଚାୟତରୁ ଖଇରା ବ୍ଲକ ଓ ତହସିଲ କୁ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କୁ କିଭଳି ହଟ୍ଟହଟ୍ଟା ହେବାକୁ ପଡୁଛି ତାହା ବଖାଣିଥିଲେ । ଆସନ୍ତା ପଞ୍ଚାୟତରାଜ ଦିବସ ପାଳନ ପୂର୍ବରୁ ବିଶ୍ରାମଗାର ସମ୍ପୁର୍ଣ୍ଣ କରାଯିବା ନେଇ ବିଡିଓ ପ୍ରତିଶୃତି ଦେଇଥିଲେ । ସମ୍ପାଦକ ମୁକ୍ତିକାନ୍ତ ଶତପଥି,କୋଷାଧକ୍ଷ ।ନାମ ଚରଣ ପଣ୍ଡା,ଦେବେନ୍ଦ୍ର ରାଉତ,ମହେନ୍ଦ୍ର କବି,ଅରୁଣ କୁମାର ସ୍ୱାଇଁ,ନାରାୟଣ ପେଡା ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ ।
