ନୀଳଗିରି ନବଯୌବନ ଭଜନ ସନ୍ଧ୍ୟା କମିଟିର ନୂତନ କର୍ମକର୍ତା ଚୟନ
ନୀଳଗିରି : ନୀଳଗିରି ନବଯୌବନ ଭଜନ ସନ୍ଧ୍ୟା କମିଟିର ନୂତନ କର୍ମକର୍ତ୍ତା ଚୟନ । ଅନୁଷ୍ଠାନର ସଭାପତି ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପୂର୍ବତନ ସମ୍ପାଦକ ୰କେଦାରନାଥ ସିଂହଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ସର୍ବସମ୍ମତି କ୍ରମେ ସମ୍ପାଦକ ଭାବେ ଅଭିଷେକ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଗୋପିନାଥ ପାତ୍ର, ସହ-ସମ୍ପାଦକ କୁମାର ଚନ୍ଦ୍ର ରାୟ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ଆଚାର୍ଯ୍ୟ ନାମ ପାରିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ସଦସ୍ୟ ଦିଲ୍ଲୀପ ସ, ମନୋଜ ରଣା, କମଳା ବାରିକ, ଦୟାଶଙ୍କର ମହାପାତ୍ର, ହରିଶଚନ୍ଦ୍ର ରାଉତ, ଭରତ ବିଶ୍ୱାଳ, ସଞ୍ଜୀବ ବେହେରା, ସୂର୍ଯ୍ୟ ଦାସ, ସତ୍ୟ ପ୍ରଧାନ, ସିଦ୍ଧେଶ୍ୱର ଦାସବାବୁ, ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
