ରାଉତପଡ଼ା ସମିତିରେ ଧାନମଣ୍ଡି ଉଦ୍ଘାଟିତ
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ରାଉତପଡ଼ା କୃଷି ସମବାୟ ସମିତିରେ ସୋମବାର ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ସମିତି ସଭାପତି ଦେବାଶିଷ ମହାପାତ୍ର ଏହାକୁ ଉଦ୍ଘାଟନ କରି ପଞ୍ଜିକୃତ ସମସ୍ତ ଚାଷୀଙ୍କ ଠାରୁ ଧାନକିଣାରେ ସ୍ୱଚ୍ଛତା ଓ ସୁବ୍ୟବସ୍ଥା ଅବଲମ୍ବନ କରାଯିବ ବୋଲି କହିଥିଲେ ।
ସମ୍ପାଦକ ସୃଷ୍ଟିଧର ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସର୍ବ ପ୍ରଥମେ ଅଗ୍ରଣୀ ଚାଷୀ ଯୋଗେଶ୍ୱର ମହାପାତ୍ରଙ୍କ ଠାରୁ ଧାନକିଣା ଶୁଭାରମ୍ଭ ହୋଇଥିଲା । ଆରଏମ୍ସି ଅଧିକାରୀ ଅଶୋକ କୁମାର ସାନ୍ତରା, ଚାଷୀ କମିଟି ସଦସ୍ୟ ଭାଗିରଥି ନାୟକ, ହରିନାଥ ପଣ୍ଡିତ, ବାଞ୍ଛାନିଧି ଦେ, ପୂର୍ବତନ ସମିତି ସଭାପତି ହରେନ୍ଦ୍ର କୁମାର ଦାସ ଓ ମିଲରଙ୍କ ସମେତ ଚାଷୀ ଏବଂ ସମିତି ଡାଇରେକ୍ଟର ଉପସ୍ଥିତ ଥିଲେ । କର୍ମଚାରୀ ତପନ କୁମାର ଦୀକ୍ଷିତ, ଯତୀନ୍ଦ୍ର ଦାସ ଓ କବିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
