ଚୋରା ବାଲି ବୋଝେଇ ଟ୍ରାକ୍ଟର ସହ ଡମ୍ପର ଜବତ୍ ବାଲି ମାଫିଆଙ୍କ ନିଦ ହଜେଇଲା ପ୍ରଶାସନ
ନୀଳଗିରି : କିଛିଦିନ ହେବ ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲ ଅଧିନରେ କୌଣସି ବାଲି ଖାଦାନ ନିଲାମ ଦିଆଯାଇ ନ ଥିବାରୁ ଏହାର ସୁଯୋଗ ନେଇ ବାଲି ମାଫିଆମାନେ ସୋନ ନଦୀରୁ ଦିନ ରାତି ଶହ ଶହ ଟ୍ରିପ ବାଲି ଚୋରି କରି ବାହାରକୁ ଚାଲାଣ କରୁଥିଲେ । ଯାହାଫଳରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ ହାନୀ ହେଉôଲା । ଆଜି ଏକ ବିଶ୍ୱସ୍ତ୍ର ସୂତ୍ରରୁ ଖବର ପାଇ ନୀଳଗିରି ପ୍ରଶାସନ ସିଙ୍ଗିରି ବାଲି ଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ଖବର ପାଇ ନୀଳଗିରି ପୋଲିସର ଏକ ଟିମ୍ ଆଇ.ଆଇ.ସି. ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲେ । ସକାଳ ପ୍ରାୟ ୮.୫୦ମି. ସମୟରେ ଚଢ଼ାଉ କରି ଏକ ବାଲି ବୋଝେଇ ଟିପର ସହ ୬ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିବାରେ ସଫଳ ହୋଇଛି । ଏ ବାବଦରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି ଚଢ଼ଉରେ ୬ଜଣ ଗାଡ଼ି ଚାଳକ ଗିରଫ ହୋଇ କୋର୍ଟ ଫରୱାର୍ଡ ହୋଇଥିବା ନୀଳଗିରି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏ ନେଇ ୩୭୯/୩୪ ଧାରାରେ କେଶ ରୁଜୁ ହୋଇଥିବା ସୂଚନା ଅଛି । ଏହି ଚଢ଼ାଉରେ ନୀଳଗିରି ଆଇ.ଆଇ.ସି. ଗୋପାଳ ଚନ୍ଦ୍ର କର୍ଣ୍ଣ, ସବ୍ଇନିସପେକ୍ଟର ବିରଂଚି ସାହୁ, ଏ.ଏସ.ଆଇ. ଅନନ୍ତ ମୁର୍ମୁ, ପ୍ରମୋଦ ମଲ୍ଲିକ, ଚିତରଂଜନ ନାୟକ ପ୍ରମୁଖ ସାମିଲ ଥିଲେ । ଏହି ଚଢ଼ାଉ ପରେ ଚୋରା ବାଲି ବେପାରୀଙ୍କ ର ନିଦ ହଜିଯାଇଥିବା ଶୁଣିବାକୁ ମିଳୁଛି ।
