କରୋନାର ଦ୍ୱିତୀୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ, ପର୍ବରେ ସତର୍କ ରୁହନ୍ତୁ : ରାଜେଶ ଭୂଷଣ
ନୂଆଦିଲ୍ଲୀ : ଦେଶରେ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି କିନ୍ତୁ କରୋନାର ଦ୍ୱିତୀୟ ଲହର ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆଗାମୀ ପର୍ବରେ ବିଶେଷ ଭାବେ ଯତ୍ନ ନେବା ଆବଶ୍ୟକ । ଲୋକମାନେ ତଥାପି କରୋନାକୁ ରୋକିବା ପାଇଁ ପଦକ୍ଷେପ ନେବା ଉଚିତ୍ । ଭିଡ଼କୁ ଏଡ଼ାଇବା ଉଚିତ୍ । ରାଜେଶ ଭୂଷଣ କରିଛନ୍ତି ଯେ, ଦେଶର ୩୧ ହଜାର ନୂଆ ମାଲା ମଧ୍ୟରୁ କେରଳରୁ ୬୨.୭ ପ୍ରତିଶତ ମାମଲା ରୁଜୁ ହୋଇଛି । କେରଳରେ ଏକ ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି । ଏଥି ସହିତ ମହାରାଷ୍ଟ୍ରରେ ୪୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ମିଜୋରାମ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରେ ୧୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି । ୩୦ ଟି ରାଜ୍ୟ ଏବଂ ୟୁନିୟନ ଅଂଚଳରେ ୧୦ ହଜାରରୁ କମ୍ ସକ୍ରିୟ ମାମଲା ରହିଛି ।
ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ଗତ ୧୨ ସପ୍ତାହ ଧରି ସାପ୍ତାହିକ ସଂକ୍ରମଣ ହାର ୩ ପ୍ରତିଶତରୁ କମ୍ ଅଟେ । ଦେଶର ୩୩ଟି ଜିଲଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି । ୨୩ଟି ଜିଲ୍ଲାରେ ଏହି ହାର ୫ ପ୍ରତିଶତରୁ ଅଧିକ । ଦେଶର ଏହି ଜିଲ୍ଲା ଗୁଡ଼ିକରେ ତଥାପି ସତର୍କ ରହିବା ଆବଶ୍ୟକ । ତେଣୁ ପର୍ବ ସମୟରେ ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରକୁ ପରାମର୍ଶ ଦିଆଯାଇଛି । ଯେଉଁ ଜିଲଲାରେ ସଂକ୍ରମଣ ହାର ୫ ରୁ ୧୦ ପ୍ରତିଶତ ମଧ୍ୟରେ ଥାଏ ସେଠାରେ କଠୋର ହେବା ଆବଶ୍ୟକ ।
ରାଜେଶ ଭୂଷଣ କହିଛନ୍ତି ଯେ, ଦେଶର ୯୯ ପ୍ରତିଶତ ସ୍ୱାସ୍ଥ୍ୟୀ କର୍ମୀଙ୍କୁ ଆଂଟି କରୋନା ଟିକା ଏବଂ ୮୪ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଯେଉଁଠାରେ ୬୬ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନା ପାଇଁ ଏକ ଟିକା ପାଇଛନ୍ତି । ଦେଶରେ ଶତ ପ୍ରତିଶତ ଟୀକାକରଣ ଥିବା ଏହି ରାଜ୍ୟ ମଧ୍ୟରେ ଲାକ୍ଷାଦ୍ୱୀପ, ଚଣ୍ଡିଗଡ଼, ସିକ୍କିମ୍, ଆଣ୍ଡାମାନ ଏବଂ ନିକୋବର, ଗୋଆ ଏବଂ ହିମାଳଚ ପ୍ରଦେଶ ରହିଛି । ଏଥି ସହିତ ଲଦାଖ, ଉତର ପ୍ରଦେଶ, କେରଳ ଏବଂ ଦାଦରା ନଗର ହାବେଳିରେ ୯୦ ପ୍ରତିଶତ ଲୋକଙ୍କୁ ଗୋଟିଏ କରୋନା ବିରୋଧୀ ଟିକା ଦିଆଯାଇଛି । ଗ୍ରାମାଂଚଳରେ ୬୩.୭ ପ୍ରତିଶତ ଟକୀକରଣ କରାଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଯେ, ଦେଶର ଗ୍ରାମାଂଚଳରେ ୬୩.୭ ପ୍ରତିଶତ ଟୀକାକରଣ କରାଯାଇଥିବା ବେଳେ ସହରାଂଚଳରେ ଏହି ସଂଖ୍ୟା ୩୫.୪ ରହିଛି । ଏଥି ସହିତ ୫୨ ପ୍ରତିଶତରୁ ଅଧିକ ପୁରୁଷ ଅନ୍ତତପକ୍ଷେ ଗୋଟିଏ ଡୋଜ୍ ଆଂଟି କରୋନା ଟୀକା ନେଇଥିବା ବେଳେ ୪୭.୮ ପ୍ରତିଶତ ମହିଳା କରୋନା ଟିକା ପାଇଛନ୍ତି ।
