ଭୁୁବନେଶ୍ୱର : ୨୧୮ ପଜିଟିଭ୍ ଓ ୧୮୬ ସୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗୁରୁବାର ଦିନ ଆଉ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୫୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୬୮ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୮୬ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଡଗଡରୁ ୯ ଜଣ, ଜାଗମରାରୁ ୮ ଜଣ , ଶୈଳଶ୍ରୀବିହାର ଓ ପାତ୍ରପଡାରୁ ୭ ଜଣ ଲେଖାଏଁ, ଗଜପତିନଗର , ଡୁମଡୁମା, ଚନ୍ଦ୍ରଶେଖରପୁର ଓ ପଟିଆରୁ ୫ ଜଣ ଲେଖାଏଁ , ପୋଖରୀପୁଟ, କଳିଙ୍ଗବିହାର, କଳିଙ୍ଗନଗର, ବରମୁଣ୍ଡା ଓ ସାମନ୍ତରାପୁରରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧୫୭୮ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୬୮୭୩ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୬୭୦ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୧୪ କୁ ବୃଦ୍ଧି ପାଇଛି ।
