ଦ୍ବିତୀୟ ଟେଷ୍ଟ ପ୍ରଥମ ଇନିଂସ : ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ, ଭାରତର ସ୍ଥିତି ମଜବୁତ
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଦ୍ଵିତୀୟ ମ୍ୟାଚ୍ ଖେଳାଯାଉଛି। ପୁଣି ଥରେ ନିଜର ଦମ୍ ଦେଖାଇଛନ୍ତି ଭାରତୀୟ ବୋଲର। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ରେ ଅଲଆଉଟ ହୋଇଛି। ଅଷ୍ଟ୍ରେଲିଆର ଓପନର ଖାୱଜାଙ୍କ ୮୧ ରନ ଓ ହ୍ୟାଣ୍ଡସକମ୍ବଙ୍କ ଅପରାଜିତ ୭୨ରନ ବଳରେ ଅଷ୍ଟ୍ରେଲିୟା ୨୬୩ରନ କରିବାରେ ସଫଳ ହୋଇଛି। ଦ୍ବିତୀୟ ଟେଷ୍ଟରେ ଭାରତର ବୋଲର ସାମିଙ୍କୁ ସର୍ବାଧିକ ୪ ୱିକେଟ ମିଳିଥିବାବେଳେ ଅଶ୍ବିନ ଓ ଜାଡେଜାଙ୍କୁ ୩ ଲେଖାଏଁ ୱିକେଟ।
ଖେଳର ପ୍ରଥମ ଦିନରେ ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍ ହୋଇଥିବା ଭାରତ ଦିନର ଖେଳ ଶେଷ ସୁଦ୍ଧା ବିନା ଓ୍ଵିକେଟ୍ରେ ୨୧ ରନ କରିଛି। ଅଧିନାୟକ ରୋହିତ ଶର୍ମା ୧୩ ରନ ଏବଂ କେଏଲ ରାହୁଲ ୪ ରନ କ୍ରିଜେରେ ଅଛନ୍ତି।ଭାରତ ୨୪୨ ରନ ପଛରେ ରହିଛି। ପ୍ରଥମ ଇନିଂସରେ ଏବେ ସୁଦ୍ଧା ଭାରତ ୨୪୨ ରନ ପଛରେ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମ ପାଳିରେ ଉସ୍ମାନା ଖ୍ଵାଜା ସର୍ବାଧିକ ୮୧ ରନର ଉଲ୍ଲେଖନୀୟ ପାଳି ଖେଳିଛନ୍ତି। ତେବେ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଲଢୁଆ ଅପରାରିତ ୭୨ ରନର ଅର୍ଦ୍ଧଶତକୀୟ ପାଳି ବଳରେ ଅଷ୍ଟ୍ରେଲିଆ ଏହି ସ୍କୋର କରି ପାରିଛି। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଛନ୍ତି। ଅଶ୍ଵିନ ଏବଂ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକଙ୍କୁ ତିନୋଟି ଲେଖାଏଁ ଓ୍ଵିକେଟ୍ ମିଳିଛି।
ଏହା ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଉସ୍ମାନ ଖ୍ଵାଜା ଏବଂ ଡେଭିଡ୍ ଓ୍ଵାର୍ଣ୍ଣର ପ୍ରଥମ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡିଥିଲେ। ଡେଭିଡ୍ ଓ୍ଵାର୍ଣ୍ଣର(୧୫ ରନ) ଶାମିଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପରେ ଖ୍ଵାଜା ଏବଂ ଲାବୁସେନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୧ ରନ ଯୋଡିଥିଲେ। ଲାବୁସେନ(୧୮ ରନ) ଅଶ୍ଵିନଙ୍କ ବଲ୍ରେ ଆଉଟ୍ ହୋଇ ଭାବିଲିୟନ ଫେରିଥିଲେ। ତେବେ ଷ୍ଟିଭ୍ ସ୍ମିଥଙ୍କୁ ଆଉଟ୍ କରି ଅଶ୍ଵିନ ଭାରତକୁ ବଡ ସଫଳତା ଦେଇଥିଲେ। ସ୍ମିଥ୍ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଟ୍ରେଭିସ୍ ହେଡ୍(୧୨ ରନ) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୧୦୮ ରନରେ ୪ ଓ୍ଵିକେଟ୍ ହରାଇ ଅଡୁଆ ସ୍ଥିତିରେ ଥିବା ଅଷ୍ଟ୍ରେଲିଆ ପାଇଁ ଉସ୍ମାନ ଖ୍ଵାଜା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ସେ ପିଟର ହ୍ୟାଣ୍ଡସ୍କମ୍ବଙ୍କ ସହ ପଞ୍ଚମ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡିଥିଲେ। ରବୀନ୍ଦ୍ର ଜାଡେଜା ଖ୍ଵାଜାଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ। ଉସ୍ମାନ ଖ୍ଵାଜା ୧୨୫ ବଲ୍ରୁ ୧୨ ଚୌକା ଏବଂ ଏକ ଛକା ସହ ୮୧ ରନର ପାଳି ଖେଳି ଆଉଟ୍ ହୋଇଥିଲେ।
ଏହା ପରେ ପିଟର ହ୍ୟାଣ୍ଡସ୍କମ୍ବ ଇନିଂସ ସମ୍ଭାଳିଥିଲେ। ଆଲେକ୍ସ କେରି(୦) ରବିଚନ୍ଦ୍ରନ ଅଶ୍ଵିନଙ୍କ ଶିକାର ହୋଇଥିଲେ। ତେବେ ହ୍ୟାଣ୍ଡସ୍କମ୍ବ ଏବଂ ପାଟ୍ କମିନ୍ସ ନିମ୍ନ ଭାଗରେ ୫୯ ରନର ଭାଗିଦାରୀ କରିଥିଲେ। ୨୨୭ ରନ ସ୍କୋରରେ ଅଧିନାୟକ ପାଟ୍ କମିନ୍ସ ୩୩ ରନ କରି ଆଉଟ୍ ହୋଇଥିଲେ। ଟି ମୁରଫି(୦), ନାଥନ ଲାୟନ(୧୦) କରିଥିଲେ। ହ୍ୟାଣ୍ଡସ୍କମ୍ବ ଅର୍ଦ୍ଧଶତକ ହାସଲ କରିବା ସହ ୭୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଏମ କୁହେମନ(୯)ଙ୍କୁ ଆଉଟ୍ କରି ୨୬୩ ରନରେ ଅଷ୍ଟ୍ରେଲିଆ ଇନିଂସର ଅନ୍ତ ଘଟାଇଥିଲେ ମହମ୍ମଦ ଶାମି। ଭାରତ ପକ୍ଷରୁ ମହମ୍ମଦ ଶାମି ୬୦ ରନ ଦେଇ ସର୍ବାଧିକ ୪ ଓ୍ଵିକେଟ୍ ନେଇଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୫୭ ରନ ଦେଇ ୩ ଏବଂ ରବୀନ୍ଦ୍ର ଜାଡେଜା ୬୮ ରନରେ ୩ ଓ୍ଵିକେଟ୍ ଦଖଲ କରିଥିଲେ।
