ମାର୍ଚ୍ଚ ୩୧ରୁ ଆଇପିଏଲ, ପ୍ରଥମ ମ୍ୟାଚରେ ଚେନ୍ନାଇ-ଗୁଜରାଟ ମୁକାବିଲା
ଆଇପିଏଲ-୧୬ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା
ନୂଆଦିଲ୍ଲୀ : କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖୁସିର ଖବର। ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ)ର ୧୬ ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ ଲିଗର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ ୩୧ ମାର୍ଚ୍ଚରୁ ଆରମ୍ଭ କରାଯିବ। ମାର୍ଚ୍ଚ ୩୧ରୁ ମେ’ ୨୮ ପର୍ଯ୍ୟନ୍ତ ଆଇପିଏଲ-୨୦୨୩ ଖେଳାଯିବ। ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଖେଳାଯିବ।
୧୨ଟି ସହରରେ ଆଇପିଏଲ୍-୨୦୨୩ର ସମସ୍ତ ମ୍ୟାଚ। ଏଥିରେ ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟୀ ଏବଂ ଧମର୍ଶାଳା ସାମିଲ୍। ଘରୋଇ ଓ ବାହାର ପିଚରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ ଫ୍ରାଞ୍ଚାଇଜ। ଆଇପିଏଲ ମ୍ୟାଚ ପ୍ରତ୍ୟହ ଦିନ ମ୍ୟାଚ ଅପରାହ୍ଣ ୩.୩୦ ଏବଂ ରାତି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଥିବାବେଳେ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍ ମ୍ୟାଚ୍ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ତାରିଖ ପ୍ରକାଶ କରି ନାହିଁ। ଆଇପିଏଲ୍ ୨୦୨୩ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ଟି ଦଳ ୧୪ଟି ମ୍ୟାଚ୍ ଖେଳିବେ। ଏହିପରି ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ତା’ପରେ ପ୍ଲେ ଅଫ୍ର ଚାରୋଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ଟି ଗ୍ରାଉଣ୍ଡରେ ଖେଳାଯିବ।
Kungfu Pandya 🆚 Thala 🔥@gujarat_titans 🆚 @ChennaiIPL ⚔
— JioCinema (@JioCinema) February 17, 2023
Doesn't get BIGGER than this 🤙#TATAIPL #TATAIPLonJioCinema pic.twitter.com/SyPvNmtX5I
ସମସ୍ତ ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ଗ୍ରୁପ ପର୍ଯ୍ୟାରେ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଦଳଗୁଡିକୁ ସାତୋଟି ମ୍ୟାଚ୍ ଘରୋଇ ପଡିଆରେ ଏବଂ ଅନ୍ୟ ସାତ ମ୍ୟାଚ୍ ବିପକ୍ଷ ଦଳର ଘରୋଇ ପଡିଆରେ ଖେଳିବାକୁ ପଡିବ।
ଆଇପିଏଲ୍ ୨୦୨୩ର ଗ୍ରୁପ :
ଗ୍ରୁପ ଏ : ମୁମ୍ଵାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ
ଗ୍ରୁପ ବି : ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ।
