ମାଲବାହୀ ଟ୍ରକ୍ ସହ ସ୍କୁଟି ଧକ୍କା : ଯୁବତୀ ମୃତ, ଭାଇ ଗୁରୁତର
ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ରେମୁଣା ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାଲବାହୀ ଟ୍ରକ୍ ଧକ୍କାରେ ଜଣେ ଯୁବତୀ ମୃତ ଓ ଜଣେ ଆହତ । ମୃତ ଯୁବତୀ ଜରକ ହେଲେ ମୟୂରଭଞ୍ଜ ଜିଲା ଚକଦର ଅଞ୍ଚଳର ବିଦ୍ୟୁତ୍ ପ୍ରଭା ନାଏକ ।
ସେ ତାଙ୍କ ଭାଇଙ୍କ ସହ ସ୍କୁଟିରେ ରେମୁଣାରୁ ନରହରିପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିଦ୍ୟୁତ୍ ପ୍ରଭାଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ମୃତ ଯୁବତୀଙ୍କ ଭାଇକୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଶିଳ୍ପାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏନେଇ ଥାନାରେ ଏକ ମାମଲା (ନଂ. ୧୨୯ ।୨୩) ରୁଜୁ କରାଯାଇ ଟ୍ରକ୍ଟିକୁ ଜବତ କରାଯାଇ ଥିବାବେଳେ ଡ୍ରାଇଭର ଅଟକ ରହିଛି ।
