ସରିତା ସୁପକାର, ସନତ ମହାନ୍ତି ଓପିଏସସି ସଦସ୍ୟ ନିଯୁକ୍ତ
ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ଡ. ସରିତା ସୁପକାର ଏବଂ ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସନତ କୁମାର ମହାନ୍ତିଙ୍କୁ ଓଡିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ୨୬.୦୮.୨୦୨୨ ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିିଭାଗ ବିଜ୍ଞପ୍ତି ଜାରି କରିଛି । ଏହି ସଦସ୍ୟମାନଙ୍କର ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ପ୍ରତିଯୋଗିତାମୂଳକ ମୁକରିର ପରୀକ୍ଷା ମାଧ୍ୟମରେ ସହକାରୀ ଆଂଚଳିକ ପରିବହନ ଅଧିକାରୀ (ଏଆରଟିଓ) ପଦବୀର ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଓଡିଶା ବେସାମରିକ ସେବା (ସଯୁକ୍ତ ପ୍ରତିଯୋଗିତାମୂଳକ ମୁକରିର ପରୀକ୍ଷା ନିୟମାବଳୀ) ୧୯୯୧ରେ ପ୍ରାସଙ୍ଗିକ ବ୍ୟବସ୍ଥାର ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସେହିପରି ଓଡିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ ୧୯୯୨ ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଛି ।
