୨ ଏକ୍ସପ୍ରେସ ଟ୍ରେନ୍ ପାଇଁ ଟର୍ମିନାଲ ଷ୍ଟେସନ ପଏଂଟରେ ପରିବର୍ତନ
ଭୁବନେଶ୍ୱର : ଟ୍ରେନ ଚଳାଚଳର ସୁଗମ ପରିଚାଳନା ପାଇଁ ବେଙ୍ଗାଲୁରୁ ଅଂଚଳରେ ପୂର୍ବତଟ ରେଳପଥ ମଧ୍ୟରୁ/ମଧ୍ୟଦେଇ ଯାଉଥିବା ଦୁଇଟି ଟ୍ରେନର ଟର୍ମିନାଲ୍ ପଏଂଟ ଷ୍ଟେସନକୁ ପରିବର୍ତନ କରିବାକୁ ନିଷ୍ପତି ନିଆଯାଇଛି ।
ଅକ୍ଟୋବର ମାସ ୫ ତାରିଖ ଠାରୁ ଭୁବନେଶ୍ୱର ଠାରୁ କୃଷ୍ଣରାଜପୁରମ ଯାତ୍ରା କରିବାକୁ ଥିବା ଏବଂ ଅକ୍ଟୋବର ମାସ ୬ ତାରିଖ ଠାରୁ ଭୁବନେଶ୍ୱର ଆସିବାକୁଥିବା ୨୨୮୩୩/୨୨୮୩୪ ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ହମସଫର ଏକ୍ସପ୍ରେସ ସାର୍ ଏମ୍ ଭିସେଶ୍ୱରାୟ ଟର୍ମିନାଲ୍ ବେଙ୍ଗାଲୁରୁ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ । କୃଷ୍ଣରାଜପୁରମ୍ ଷ୍ଟେସନରେ ପହଂଚିବା ପରେ ଏହି ଟ୍ରେନ ଏସଏମଭିଟି କୁ ଯାତ୍ରା କରିବ ଓ ସେଠାରେ ଅପରାହ୍ନ ୧୨ ଘ. ୩୦ ମି. ରେ ପହଂଚିବ । ଫେରିବା ଦିଗରେ ଏହି ଟ୍ରେନ୍ ଏସଏମଭିଟିରୁ ପ୍ରତି ଗୁରୁବାର ଦିନ ଅପରାହ୍ନ ୪ଘ. ୩୫ମି.ରେ ଛାଡି କୃଷ୍ଣରାଜପୁରମରେ ଅଟକି ପରେ ଭୁବନେଶ୍ୱରକୁ ଯାତ୍ରା କରିବ ।
ସେହିପରି ୨୨୫୦୧/୨୨୫୦୨ ନ୍ୟୁ ତିନସୁକିଆ-ବାଙ୍ଗାଲୋର-ନ୍ୟୁ ତିନସୁକିଆ ଏକ୍ସପ୍ରେସକୁ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଅକ୍ଟୋବର ମାସ ୪ ତାରିଖ ଠାରୁ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ଟ୍ରେନ କେଏସଆର ବେଙ୍ଗାଲୁରୁ ପରିବର୍ତେ ଏସଏମଭିଟି, ବେଙ୍ଗାଲୁରୁ ଠାରୁ ଭୋର ୩ ଘ. ୧୦ମି.ରେ ଛାଡି ନ୍ୟୁ ତିନସୁକିଆ ଅଭିମୁଖେ ଯାତ୍ରା କରିବ । ଫେରିବା ମାର୍ଗରେ ନ୍ୟୁ ତିନସୁକିଆରୁ ଏହି ଟ୍ରେନ୍ ଅକ୍ଟୋବର ମାସ ୦୭ ତାରିଖ ଠାରୁ କେଏସଆର ବେଙ୍ଗାଲୁରୁ ବଦଳରେ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ । ଉଭୟ ଦିଗରୁ ଏହି ଟ୍ରେନ୍ ବେଙ୍ଗାଲୁରୁ ଇଷ୍ଟ ଏବଂ ବେଙ୍ଗାଲୁରୁ କ୍ୟାଂଟ ଷ୍ଟେସନ ଠାରେ ରହଣି କରିବ ନାହିଁ ।
