ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର : କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ରବୀନ୍ଦ୍ର କୁମାର ପଣ୍ଡା, ତିଳୋତ୍ତମା ମହାପାତ୍ର, ଅବସରପ୍ରାପ୍ତ ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ, ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ପ୍ରାନ୍ତ ଶିଶିବାଟିକା ପ୍ରମୁଖ ଓ ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ଶିକ୍ଷାଦାନ ତଥା ସଂସ୍କାର ବାତାବରଣରେ ଶିକ୍ଷାଦାନ କରି ଏକ ସ୍ୱୟଂ ସଂପୂର୍ଣ୍ଣ ମଣିଷଟିଏ ଗଢିତୋଳିବାରେ ଶିଶୁମନ୍ଦିରର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଶିଶୁବାଟିକାର ପ୍ରମୁଖ ବିଜୟିନୀ ଦେବୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଶିକ୍ଷା ବିକାଶ ସମିତି, ଓଡିଶା ଦ୍ୱାରା ଆୟୋଜିକ ୩୦ ଦିନିଆ ପ୍ରାଦେଶିକ ଶିଶୁବାଟିକା ପ୍ରଶିକ୍ଷଣରେ ଓଡିଶାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୬୭ଜଣ ଗୁରୁଜୀଗୁରୁମା ବୈଠକରେ ଉପସ୍ଥିତ ଥିଲେ । ଶିଶୁବାଟିକା ବିଭାଗର ଗୁରୁଜୀ ପ୍ରଦୀପ କୁମାର ଦାସ, ବିରଂଚି ନାରାୟଣ ମହାନ୍ତ, ବିଜୟ କୁମାର ବାରିକ. ଗୁରୁମା ପୁଷ୍ପାଞ୍ଜଳି ସାହୁ, ମନସ୍ୱନୀ ଦାଶ, ଜ୍ୟୋତିରାଣୀ ପଣ୍ଡା, ସୁଜାତାରାଣୀ ମିଶ୍ର, ଆରତୀ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
