ରକ୍ତଦାନ କରି ଜୀବନ ରକ୍ଷାକଲେ ସଂଘମିତ୍ରା
କେନ୍ଦୁଝର : କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସର ରେ ଥିବା ପ୍ରସୂତି ବିଭାଗରେ ଚିକିତ୍ସିତଥିବା ମମତା ମହାକୁଦଙ୍କର ଜରୁରୀକାଳୀନ’ଏ ପୋଜେଟିବ’ ରକ୍ତ ଆବଶ୍ୟକ ହୋଇଥିଲା । ଖବର ପାଇ ଭରସା ସଂଗଠନ ର ଲମ୍ବୋଦର ମହାନ୍ତ ଓ ଲାଇଫ ସେଭେର ର ଲିପୁନ ମହାନ୍ତ ସଙ୍ଗେ ସଙ୍ଗେ କେନ୍ଦୁଝର କାଶୀପୁର ସଂଘମିତ୍ରା ଦାସଙ୍କୁ ଯୋଗା ଯୋଗା କରିଥିଲେ ତତ୍କ୍ଷଣାତ ସେ ପହଁଚି ଯାଇଥିଲି ଚିକିତ୍ସାଳୟରେ । ସେ ଜଣେ ସାଧାରଣ ଗୃହିଣୀ ହୋଇ ମଧ୍ୟ ରକ୍ତ ଦାନ କରି ମାନବିକତା ଦେଖାଇବା ସହିତ ମା’ ଓ ଶିଶୁ ର ଜୀବନ ରକ୍ଷକ ହୋଇଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ।
