ସମ୍ବଲପୁର-ସୋନପୁର ଯୋଗାଯୋଗ ବିଚ୍ଛିନ୍ନ
ସମ୍ବଲପୁର : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଏପରିକି ସମ୍ବଲପୁରର ଗୁଣ୍ଡେରପୁଲ ବ୍ରିଜ୍ ଉପରେ ୩ ଫୁଟର ପାଣି ପ୍ରଭାହିତ ହେଉଥିବା ଦେଖିବାକୁ ମିଳିଛି । ବ୍ରିଜ୍ ଉପରେ ପାଣି ପ୍ରଭାହିତ କାରଣରୁ ସମ୍ବଲପୁର-ସୋନପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଏପରିକି ଯାତାୟତ ଠପ୍ ହୋଇଯାଇଛି । ସମ୍ବଲପୁରରୁ ସୋନପୁର ଯିବା ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବାବେଳେ ୩ଫୁଟ ପାଣି ଯିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି ।
ସେହିପରି ପ୍ରବଳ ବର୍ଷା ଓ ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ ଖୋଲାଥିବାରୁ ଏପରି ଅବସ୍ଥା ହୋଇଛି । ଗେଟ ଆହୁରି ଖୋଲିଲେ ଏଠାରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
