ହୀରାକୁଦ ଡ଼୍ୟାମର ୨୮ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ
ସମ୍ବଲପୁର : ଉପର ମୁଣ୍ଡରେ କ୍ରମାଗତ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳ ପତନ ବୃଦ୍ଧି ପାଇଛି । ଫଳରେ ଗତକାଲି ୬ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବା ବେଳେ ଆଜି ପର୍ଯ୍ୟାୟ କ୍ରମେ ଆଉ ୨୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ହସ୍ତଗତ ହୋଇଥିବା ଶେଷ ସୂଚନା ଅନୁଯାୟୀ, ହୀରାକୁଦ ଡ଼୍ୟାମର ମୋଟ୍ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଡ଼୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ର ୧୯ଟି ଏବଂ ଡ଼ାହାଣ ପାଶ୍ୱର୍ ଡାଇକ୍ ର ୯ଟି ସ୍ଲୁଇସ୍ ଗେଟ୍ ଓ ଅନ୍ୟାନ୍ୟ ପାୱାର ଚାନେଲ ଦେଇ ବନ୍ୟାଜଳ ନିଷ୍କାସନ ଜାରୀ ରହିଛି । ଜଳ ଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି । ଆବଶ୍ୟକ ପଡିଲେ ଆହୁରି ଅଧିକ ସଂଖ୍ୟା ସ୍ଲୁଇସ୍ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବ ବୋଲି ଜଣାପଡିଛି ।
