ପୁଣି ଗଡିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ
ସମ୍ବଲପୁର : କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ବନ୍ଦ ରହିଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଆଜିଠୁ ପୁଣି ଚଳାଚଳ କରିଛି। ସମ୍ବଲପୁର-ପୁରୀ ଓ ପୁରୀ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନ ଆଜିଠୁ ପୁନଃ ଚଳାଚଳ କରିଥିବାର ସୂଚନା ଦେଇଛି ସମ୍ବଲପୁର ରେଳ ମଣ୍ଡଳ । ସମ୍ବଲପୁର ରେଳ ଷ୍ଟେସନରୁ ସକାଳ ୬ ଟାରୁ ଏହି ଟ୍ରେନ ଛାଡୁଥିବାବେଳେ ପୁରୀରେ ଦିନ ୧୨ .୩୦ ରେ ପହଂଚିବ । ପୁରୀରୁ ଅପରାହ୍ନ ୪ ଟାରୁ ବାହାରି ସମ୍ବଲପୁରରେ ରାତି ୧୦.୩୦ ମିନିଟରେ ପହଂଚିବ । ପୂର୍ବ ନିର୍ଦ୍ଧାରିତ ମୋଟ ୧୬ଟି ଷ୍ଟେସନରେ ରହିବ ଟ୍ରେନ ।
