ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ୍, ଫିଲ୍ମ ଓ ଶୋ ଶୁଟିଂ ବନ୍ଦ
ମୁମ୍ବାଇ : ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡର ଭାଇଜାନ ସଲମାନ ଖାନ୍। ଗତ ୪ରୁ ୫ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କୁ ଡେଙ୍ଗୁ ହେବା ଯୋଗୁ ତାଙ୍କ ଫିଲ୍ମ ଓ ଶୋ’ର ଶୁଟିଂକୁ ବନ୍ଦ କରି ଦିଆଯାଇଛି। ସେହିପରି ଏଥିପାଇଁ ଆସନ୍ତା କିଛି ସପ୍ତାହ ଆଉ ବିଗ୍ ବସ୍ -୧୬ ହୋଷ୍ଟ କରିବେ ନାହିଁ। କିନ୍ତୁ ସଲମାନଙ୍କ ଅନୁପସ୍ଥିତିରେ କରଣ ଜୋହର ବର୍ତ୍ତମାନ ଏହି ଶୋ’ ହୋଷ୍ଟ କରିବେ ବୋଲି ମଧ୍ୟ ଖବର ରହିଛି। କରଣ ଜୋହର ତାଙ୍କ ସ୍ଥାନ ନେବେ। ଇଟାଇମ୍ସ ରିପୋର୍ଟ ଅନୁଯାୟୀ ସଲମାନ ଖାନଙ୍କୁ ଡେଙ୍ଗୁ ହୋଇଛି। ଅଭିନେତା ସୁସ୍ଥ ନହେବା ପର୍ୟ୍ୟନ୍ତ କରଣ ଜୋହର ଶୋ’ ହୋଷ୍ଟ କରିବେ।
ଋିପୋର୍ଟ ମୁତାବକ, ସଲମାନ ଖାନ୍ ଗତ ଦୁଇ ସପ୍ତାହ ହେଲା ଫିଲ୍ମ ‘କିସି କା ଭାଇ, କିସି କା ଜାନ୍’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା। ସଲମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଶୁଟିଂକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ସେପଟେ ସଲମାନଙ୍କୁ ଡେଙ୍ଗୁ ହୋଇଥିବା ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ମାନେ ବେଶ୍ ଦୁଃଖିତ ହୋଇପଡିଛନ୍ତି। ଖୁବ୍ ଶୀଘ୍ର ସେ ସୁସ୍ଥ ହୋଇଯାଆନ୍ତୁ ବୋଲି ତାଙ୍କ ଫ୍ୟାନ୍ମାନେ କାମନା କରିଛନ୍ତି।
