ହଟିଲା ପ୍ରତିବନ୍ଧ, ଶତ ପ୍ରତିଶତ କ୍ଷମତାରେ ଉଡ଼ାଣ ଭରିବ ସ୍ପାଇସଜେଟ
ନୂଆଦିଲ୍ଲୀ : ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରତିବନ୍ଧର ସାମ୍ନା କରୁଥିବା ବିମାନ କମ୍ପାନୀ ‘ସ୍ୱାଇସଜେଟ’କୁ ଡିଜିସିଏ ଆଶ୍ୱସ୍ତି ପ୍ରଦାନ କରିଛି । ସ୍ପାଇସଜେଟ ବିମାନ ଉପରେ ଲାଗିଥିବା ୫୦ ପ୍ରତିଶତ ପ୍ରତିବନ୍ଧକୁ ଡିଜିସିଏ ହଟାଇ ଦେଇଛନ୍ତି । ଫଳରେ ଅକ୍ଟୋବର ୩୦ ପରଠୁ ସ୍ପାଇସଜେଟ ୧୦୦ ପ୍ରତିଶତ କ୍ଷମତା ସହ ଉଡ଼ାଣ ଭରିବ ।
ଡିଜିସିଏ ଜାରି କରିଥିବା ଶୀତକାଳୀନ କାର୍ଯ୍ୟସୂଚୀ ମୁତାବକ, ସ୍ପାଇସଜେଟକୁ ପ୍ରତି ସପ୍ତାହ ୩,୧୯୩ ବିମାନ ଚଳାଚଳ କରିବାକୁ ପରାମର୍ଶ ଦିଆଯାଇଛି । ଏହା ୨୦୨୧ ତୁଳନାରେ ୬.୬ ପ୍ରତିଶତ ଅଧିକ । ଏହି କାର୍ଯ୍ୟସୂଚୀ ଆସନ୍ତା ଅକ୍ଟୋବର ୩୦ରୁ ୨୦୨୩ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ ।
