ନୀଳମଣି କଲେଜରେ ବଳିଦାନ ଦିବସ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ବୀର ବାଘାଯତୀନଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ. ତପନ କୁମାର ବେହେରା ଏଥିରେ ଅଧ୍ୟକ୍ଷତା କରି ବାଘାଯତୀନ ଜଣେ ଐତିହାସିକ କିମ୍ବଦନ୍ତୀ ଥିଲେ ବୋଲି କହିଥିଲେ । ଦେଶ ମାତୃକାର ସୁରକ୍ଷା ପାଇଁ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ବାଘାଯତୀନ ନିଜ ଜୀବନକୁ ଉତ୍ସର୍ଗ କରିଦେବା ସହ ଇଂରେଜମାନଙ୍କ ସହ ଲଢ଼ି ମାତ୍ର ୩୬ ବର୍ଷ ବୟସରେ ନିଜ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ତେଣୁ ତାଙ୍କର ଜୀବନାଦର୍ଶରେ ଆଗାମୀ ଯୁବପୀଢ଼ୀ ଅନୁପ୍ରାଣିତ ହେବା ଉଚିତ ବୋଲି ମୁଖ୍ୟ ଅତିଥି ପ୍ରାଧ୍ୟାପିକା ନୀଳିମା ପାତ୍ର ଓ ମୁଖ୍ୟବକ୍ତା ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଯୋଗଦେଇ ମତବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଭାକର ମହାଳିକ, ବାଲେଶ୍ୱର ଜିଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ପ୍ରଶାନ୍ତ କୁମାର ସିଂ ପ୍ରମୁଖ ଯୋଗଦେଇ ଥିଲେ । ଯଜେ୍ଞଶ୍ୱର ଗିରି, ମନ୍ମଥ ଦଳେଇ, ଜ୍ୟୋତି ରଞ୍ଜନ ବର, ଅମର କୁମାର ବେହେରା ଓ ରୂପାଲି ସାହୁ ପ୍ରମୁଖ ସ୍ୱଲିଖିତ ପ୍ରଣାମ ବାଘା ଯତୀନ ଶୀର୍ଷକ ନିବନ୍ଧ ପାଠ କରିଥିଲେ । ସସ୍ମିତା ମାହାନ୍ନା, ବିଷ୍ଣୁପ୍ରିୟା ଗିରି, ଶୁଭସ୍ମିତା ରାଜ, ଦୀନବନ୍ଧୁ ବାସ୍କେ ଓ ରତିକାନ୍ତ ମୁର୍ମୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟାପକ ପ୍ରଶାନ୍ତ କୁମାର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
