ଟ୍ରକକୁ ପିଟିଲା ଡମ୍ପର, ଡ୍ରାଇଭର ଗୁରୁତର
ବସ୍ତା : ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଜୁଣବଳଦା ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଡମ୍ପର ଜୁଣବଳଦା ନିକଟରେ ଛିଡ଼ା ହୋଇଥିବା ଏକ ପାନପତ୍ର ବୋଝେଇ ଟ୍ରକର ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଡମ୍ପରର ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଆହତ ଡ୍ରାଇଭରଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୀର୍ଘ ସମୟ ଧରି ରାଜପଥରେ ଯାତାୟତ ବନ୍ଦ ରହିଥିଲା । ବସ୍ତା ଥାନା, ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସ ଓ ଜାତୀୟ ରାଜପଥ ପେଟ୍ରୋଲିଂ କର୍ମଚାରୀ ପହଞ୍ôଚ ପରିସ୍ଥିତି ସ୍ୱାଭାବିକ କରାଇଥିଲେ । ରାଜପଥ ରିକୋଭରି ଭ୍ୟାନ୍ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଡମ୍ପର, ଟ୍ରକ୍କୁ ଥାନାକୁ ନେଇଥିବା ଜଣା ଯାଇଛି ।
