ସୁମି ଓବ୍ଲାଷ୍ଟରୁ ପଳାୟନ କଲେ ଋଷ ସେନା
ନୂଆଦିଲ୍ଲୀ : ଚାଳିଶ ଦିନରେ ଋଷ- ୟୁକ୍ରେନ ଲଢ଼େଇ । ରୁଷିଆ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ଏଠାରେ ଅନେକ କ୍ଷତି ହୋଇଛି। ଏଥିସହିତ ୟୁକ୍ରେନ ଦ୍ୱାରା ମଧ୍ୟ ଏହି ଆକ୍ରମଣର ଜବାବ ଦିଆଯାଉଛି। ମିଳିତ ଜାତିସଂଘ ଅନୁଯାୟୀ, ଏ ପର୍ୟ୍ୟନ୍ତ ରୁଷିଆ ଆକ୍ରମଣରେ ୧୪୧୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦୩୮ ଜଣ ଲୋକ ଆହତ ହୋଇଛନ୍ତି। ଏହି ସଂଖ୍ୟାରେ ମାରିଉପୋଲ ଏବଂ ଇରପିନ ସହରରେ ମୃତ୍ୟୁ ସାମିଲ ନାହିଁ। ଏହାକୁ ମିଶାଇଲେ ପ୍ରକୃତ ସଂଖ୍ୟା ବହୁତ ଅଧିକ ହୋଇପାରେ ବୋଲି ମିଳିତ ଜାତିସଂଘ କହିଛି। ଏବେ ବି ମାରିୟୁପୁଲରେ ଘମାଘୋଟ ଯୁଦ୍ଧ ଚାଲିଛି । ମାରିୟୁପୁଲ ଦଖଲ ପାଇଁ ଋଷ ସେନାର ଉଦ୍ୟମ ଚଳାଇଛି । ଋଷ ସେନାକୁ କଡ଼ା ଜବାବ ଦେଉଛି ୟୁକ୍ରେନ ସେନା ।
ଅପରପକ୍ଷେ ସୁମି ଓବ୍ଲାଷ୍ଟରୁ ଋଷ ସେନାର ପଳାୟନ କରିଛି । ଅସ୍ତ୍ରଶସ୍ତ୍ର ଧରି ଚେର୍ଣ୍ଣିହିବ ଦେଇ ପଳାଇଛନ୍ତି ରୁଷ ସେନା । ସୁମି ଓବ୍ଲାଷ୍ଟ ଗଭର୍ଣ୍ଣରଙ୍କ ପକ୍ଷରୁ ସୂଚନା ମିଳିଛି । ସେପଟେ ଜେଲେନସ୍କି କହିଛନ୍ତି ସମସ୍ତ ଦୋଷୀ ଦଣ୍ଡିତ ହେବେ । ବିଶ୍ୱ ବହୁବାର ଯୁଦ୍ଧ ଅପରାଧ ଦେଖିଛି । ଋଷ ସେନା ସମସ୍ତଙ୍କୁ ବଳିଯାଇଛି ।
