ରାଜକୀୟ ସଉକ : ମାଛ ଧରିବା ପାଇଁ ତିଆରି ହେଲା ୧୦ କୋଟିର ବିଶାଳ ନୌକା
କଚ୍ଛ : ଗୁଜୁରାଟର ମାଣ୍ଡବୀ(କଚ୍ଛ)ର କୁଶଲ କାରିଗରମାନେ ଏକ ୨୦୭ ଫୁଟ୍ ଦୀର୍ଘ ବିଶିଷ୍ଟ ନୌକା ତିଆରି କରିଛନ୍ତି । ୧୦ କୋଟି ଟଙ୍କାରେ ତିଆରି ଏହି ବିଶାଳକାୟ ନୌକାରେ ୯ ଏୟାରକଣ୍ଡିସନ୍ କୋଠରୀ ରହିଛି । ମାଣ୍ଡବିର କୂଳରେ ୨୦୭ ଫୁଟ୍ ଲମ୍ବା କାଠର ନୌକା ତିଆରି କରାଯାଇଛି । ଯେଉଁଥିରେ ଦୁବାଇର କୌଣସି ରାଜ ପରିବାର ତିଆରି କରିଛନ୍ତି । କୁହାଯାଏ ଯେ ମାଣ୍ଡବୀରେ କେତେ ଦଶନ୍ଧିରୁ ଜାହାଜର ନିର୍ମାଣ ହେଉଛି ଏବଂ ଏଠାରେ ତିଆରି ଜାହାଜକୁ ଯଥେଷ୍ଟ ପ୍ରଶଂସା ମିଳୁଛି । ଏଠାର କାରିଗରମାନେ ଏବେ ନିଜ କଳାକୌଶଳର ନୂଆ କରିସ୍ମା କରିଛନ୍ତି । ମାଣ୍ଡବୀରେ ୧୦ କୋଟି ଟଙ୍କାର ସବୁଠାରୁ ଲମ୍ବା ନୌକା ତିଆରି କରାଯାଇଛି । ତିନି ମହଲା ବିଶିଷ୍ଟ ଏହି ବିଶାଳ ନୌକା ଦୁବାଇର ଏକ ରାଜ ପରିବାର ପାଇଁ ଡିଜାଇନ୍ କରାଯାଇଥିଲା ।
ସୂଚନା ଅନୁଯାୟୀ ଦୁବାଇର ଏକ ରାଜ ପରିବାର ମାଛ ଧରିବା ପାଇଁ ନିଜ ସୌକ୍କୁ ପୁରା କରିବା ପାଇଁ ଏହି ରାଜକୀୟ ଜାହାଜର ନିର୍ମାଣ କରାଇଛନ୍ତି । ଏକ ଅନୁଭବୀ ନୌକା ନିର୍ମାତା ଇବ୍ରାହିମ୍ ମିସ୍ତ୍ରୀ କହିଛନ୍ତି ଯେ ୩୫ ଅନ୍ୟ ଶିଳ୍ପକାରଙ୍କ ସହଯୋଗରେ ଏହି ବିରାଟ ନୌକାକୁ ତିଆରି କରିବାରେ ତିନିବର୍ଷ ଲାଗିଥିଲା । ଏବେ ନୌକା ପ୍ରସ୍ତୁତି ସରିବାକୁ ଯାଉଛି ଏବଂ ଏକ ମାସ ମଧ୍ୟରେ ଦୁବାଇରେ ପହଂଚି ଯିବ । ସୂଚନା ମିଳିଛି ଯେ ଅର୍ଡର ଦେବା ଲୋକ ଦୁବାଇର ରାଜ ପରିବାରର ସଦସ୍ୟ ଅଟନ୍ତି । ଏହି ନୌକାରେ ଆଠ ଅନ୍ୟ ନୌକା ସାମିଲ ହୋଇପାରେ । ନୌକା ତିଆରିରେ ମାଲେସିୟା ଏବଂ ଇଣ୍ଡୋନେସିଆରୁ ୨୩,୦୦୦ କ୍ୟୁବିକ୍ ମିଟର ଇମ୍ପୋଟେଡ କାଠର ବ୍ୟବହାର କରାଯାଇଛି । ନୌକା ଭିତରେ ୯ କୋଠରୀ ଅଛି ଯେଉଁଥିରେ ଏସି ମଧ୍ୟ ଲଗାଯାଇଛି । ଏହି କୋଠରୀରେ ଅଧିକ ୩୨ ଲୋକ ରହିପାରିବେ । ମାଛକୁ ସତେଜ ରଖିବା ପାଇଁ ଏକ ଷ୍ଟୋର୍ ରୁମ୍ ମଧ୍ୟ ତିଆରି କରାଯାଇଛି ।
