ରକ୍ସା ଘାଟିରେ ବାଇକ ଦୁର୍ଘଟଣା : ଜଣେ ମୃତ ଓ ୨ ଗୁରୁତର
ଦେବଗଡ଼ : ଦେବଗଡ଼ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ରକ୍ସା ଘାଟିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି ।
ସୂଚନା ଯେ, ଆଜି ଅପରାହ୍ନରେ ତେଲିସୁଆଁ ଗ୍ରାମରୁ ନିରଞ୍ଜନ ମିଞ୍ଜ, ସତ୍ୟ ନାୟକ ଓ ପିଣ୍ଟୁ ନାୟକ ଏକ ବାଇକ ଯୋଗେ ତେଲିସୁଆଁରୁ ପାରପୋଷି ଯାଉଥିବାବେଳେ ରକ୍ସା ଘାଟି ନିକଟରେ ଭାରସାମ୍ୟ ହରାଇ ଏକ କଲଭର୍ଟ ଓ ପରେ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ନିରଞ୍ଜନଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ହୋଇଥିବା ସତ୍ୟ ଓ ପିଣ୍ଟୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସୂଚନା ପାଇ ଲାଇମୁରା ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ବାଇକକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
