ଶୋଇଥିବା ବେଳେ କାମୁଡିଲା ବିଷାକ୍ତ ସାପ, ଗୋଟିଏ ପରିବାରର ଦୁଇ ଶିଶୁ ମୃତ
ଦେବଗଡ଼ : ଦେବଗଡ଼ ଜିଲା ଜାଙ୍ଗଲିକୁଦରେ ଗାଁରେ ଅଭାବନୀୟ ଘଟଣା । ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଶିଶୁ ମୃତ । ମୃତକ ଦ୍ବୟ ହେଲେ ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪)ଓ ସୌଭାଗ୍ୟ ଦେହୁରୀ (୮) । ଉଭୟ ଦିବ୍ୟାଙ୍ଗ ନାବାଳକ ବୋଲି ଜଣାପଡ଼ିଛି।
ସୂଚନା ଯେ, ଗତ ସୋମବାର ରାତିରେ ଖିଆପିଆ ସାରି ଘର ଚଟାଣରେ ଶୋଇଥିବା ବେଳେ ମଙ୍ଗଳବାର ଭୋର ସମୟରେ ଏକ ବିଷାକ୍ତ ଚିତି ସାପ କାମୁଡି ଥିଲା। ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଶିଶୁ ଦ୍ବୟଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତ ଦେହ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିଥିବା ବେଳେ କିଛି ସମୟ ପରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି ।
