ରାଉରକେଲା ଏନଆଇଟିରେ ନୂଆ ନିର୍ଦ୍ଦେଶକ ଦାୟିତ୍ବ ଭାର ଗ୍ରହଣ କଲେ କେ. ଉମାହେଶ୍ବର ରାଓ
ରାଉଲକେଲା : ରାଉରକେଲା ଏନଆଇଟିରେ ନୂଆ ନିର୍ଦ୍ଦେଶକ ଦାୟିତ୍ବ ଭାର ଗ୍ରହଣ କଲେ କେ.ଉମାହେଶ୍ବର ରାଓ । କେ. ଉମାହେଶ୍ବର ରାଓ ଏହା ପୁର୍ବରୁ ଗୁଜରାଟ ସୁରତ ଏନଆଇଟିରେ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଏବେ ସେ ରାଉରକେଲା ଏନଆଇଟି ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।
କେ. ଉମାହେଶ୍ବର ରାଓ ରାଉରକେଲା ଏନଆଇଟି ନିର୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ କହିଛନ୍ତି ଯେ “ଏହି ଶିକ୍ଷାର ମନ୍ଦିର ହେଉଛି ସୂଚନା ସହ ପ୍ରଯୁକ୍ତିବିଦ୍ୟାର କାରଖାନା, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ଗଢାଯାଏ” । ସେ ୧୪ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋକପାତ କରିଛନ୍ତି । ଏହା ସହ ସେ କହିଛନ୍ତି ଏବେ ୱାନ୍ଡ଼େ ମ୍ୟାଚର ଯୁଗ ନାହିଁ। ସମୟ ଆସିଛି ଟି୨୦ ମ୍ୟାଚର ଖେଳିବାର ଯୁଗ ଅର୍ଥାତ ପ୍ରଯୁକ୍ତି ବିଜ୍ଞାନ ଏତେ ଆଗରେ ଅଛିଯେ ତାସହ ତାଳ ଦେଇ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ପ୍ରଫେସର ସମସ୍ତେ ଚାଲିବା ଆବଶ୍ୟକ ରହିଛି । ଦୂର ଦୃଷ୍ଟି ସଂପୁର୍ଣ୍ଣ କେ.ଉମାହେଶ୍ବର ରାଓ ଅଗାମୀ ଦିନରେ ଏନଆଇଟି ରାଉରକେଲାକୁ ଦେଶର ୧ନମ୍ବର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଯାହାଫଳରେ ରାଉରକେଲା ଏନଆଇଟି ଦେଶରେ ଶିକ୍ଷାର ହବ୍ ହୋଇପାରିବ ।
