୧୨ହଜାର ୪୩୦ ସ୍ମାର୍ଟ କ୍ଲାସରୁମର ଉଦଘାଟନ କଲେ କେଜ୍ରିୱାଲ
ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ସରକାରୀ ସ୍କୁଲରେ ୧୨ ହଜାରରୁ ଉର୍ଦ୍ଧ୍ଵ ନୂଆ ସ୍ମାର୍ଟ କ୍ଲାସରୁମର ଉଦଘାଟନ କରିଛନ୍ତି । ଫଳରେ ଦିଲ୍ଲୀର ପାଖାପାଖି ୨୪୦ ସରକାରୀ ସ୍କୁଲରେ ୧୨ହଜାର ୪୩୦ ନୂଆ ସ୍କାର୍ଟ କ୍ଲାସରୁମ ଯୋଡ଼ି ଯାଇଛି । ୩ଲକ୍ଷ ୭୦ହଜାର ପିଲା ଘରୋଇ ସ୍କୁଲରୁ ସରକାରୀ ସ୍କୁଲକୁ ଆସିଥିବା ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ୩ ବର୍ଷ ପୂର୍ବରୁ ଯେଉଁ ସ୍ୱପ୍ନ ଦେଖିଥିଲୁ ତାହା ଆଜି ପୂରଣ ହୋଇଛି । ଆମେ କେବଳ ନଡ଼ିଆ ଭାଙ୍ଗି ନଥାଉ ସେହି କାମକୁ ସମୟରେ ପୂରଣ ମଧ୍ୟ କରିଥାଉ । ଆଜି ଆମ ସ୍କୁଲରେ ଦାମୀ ବୋର୍ଡ ରହିଛି । ଦିଲ୍ଲୀ ସରକାର ୭ ବର୍ଷରେ ୨୦ ହଜାର କ୍ଲାସରୁମ ନିର୍ମାଣ କରିଛନ୍ତି । ସମଗ୍ର ଦେଶର ରାଜ୍ୟ ସରକାରଙ୍କୁ ବି ମିଶାଇଲେ ୭ ବର୍ଷରେ ଏତିକି କ୍ଲାସରୁମ ପ୍ରସ୍ତୁତ ହୋଇନି ।
